ETV Bharat / city

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବପୀଠରେ କଟକଣା

author img

By

Published : Jul 26, 2021, 7:37 AM IST

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବପୀଠରେ କଟକଣା
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବପୀଠରେ କଟକଣା

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଭୋଳାବାବାଙ୍କ ଭକ୍ତଙ୍କ ପାଇଁ ଆଜିର ଦିନର ମହତ୍ତ୍ବ ଢେର ଅଧିକ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ପାଇଁ ଭକ୍ତଟିଏ କାହିଁ କେତେ ଦୂରରୁ ଧାଇଁ ଆସି ଭୋଳାବାବାଙ୍କୁ ଜଳଲାଗି କରିଥାଏ । ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା । କୋରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଛି ।

ଶ୍ରାବଣ ଓ ଶିବ:

ବର୍ଷକ 12 ମାସରେ ଶ୍ରାବଣ ମାସର ମହିମା ଅବର୍ଣ୍ଣନୀୟ । ଭୋଳାବାବାଙ୍କ ପ୍ରିୟ ମାସ ଶ୍ରାବଣ ବୋଲି କୁହାଯାଏ । ଶ୍ରାବଣ ମାସରେ ଶିବଙ୍କ ଉପାସନାର ବଡ଼ ମହତ୍ତ୍ବ ରହିଛି । ଏଥର ଶ୍ରାବଣ 4ଟା ସୋମବାର ପଡୁଥିବା ବେଳେ କୋରୋନା କଟକଣା କାରଣରୁ ଚଳିତ ବର୍ଷ କାଉଡିଆ ଯାତ୍ରା ବା ବୋଲ୍‌ ବମ ଯାତ୍ରା ବନ୍ଦ ରହିଛି । ମହାଦେବଙ୍କୁ ଶ୍ରାବଣରେ ଜଳାଭିଷେକ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲ ବମ ଯାତ୍ରାରେ ଭାଗ ନେଉଥିବା ଭକ୍ତଙ୍କୁ 'କାଉଡ଼ିଆ' କହାଯାଏ । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ ।

ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଲା ବାବା ପାର କରେଗା, ବୋଲ ବମ ହରହର ବମ୍‌ ଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନ, ବନ୍ଧୁର ରାସ୍ତାରେ ମାନସିକଧାରୀ, ବ୍ରତଧାରୀ କାଉଡିଆ ଯାତ୍ରା ଶ୍ରାବଣ ମାସ ଶିବଙ୍କ ମାସ ବୋଲି ଦର୍ଶାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.