ETV Bharat / city

ଯୁକ୍ତ ୩ ନାମଲେଖା: ପ୍ରକାଶ ପାଇଲା ପ୍ରଥମ ମେରିଟ୍‌ ଲିଷ୍ଟ

author img

By

Published : Sep 7, 2022, 9:15 PM IST

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା 2022-23 ଶିକ୍ଷା ବର୍ଷର ପ୍ରଥମ ମେରିଟ୍‌ ଲିଷ୍ଟ (first merit list for plus three admission declared)। 1 ଲକ୍ଷ 72 ହଜାର 885 ଜଣ ମେରିଟ ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି । ଅଧିକ ପଢ଼ନ୍ତୁ

first merit list for plus three admission declared by all Universities and colleges
ଯୁକ୍ତ ୩ ନାମଲେଖା: ପ୍ରକାଶ ପାଇଲା ପ୍ରଥମ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର: ଯୁକ୍ତ ୩ ନାମଲେଖା ପାଇଁ 2022-23 ଶିକ୍ଷା ବର୍ଷର ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି(first merit list for plus three admission declared) । ଚଳିତ ବର୍ଷ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ 2 ଲକ୍ଷ 55 ହଜାର 866 ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ନାମ ଲେଖାଇବା ପାଇଁ 1 ଲକ୍ଷ 72 ହଜାର 885 ଜଣ ମେରିଟ ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି ।

ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ମୋଟ 2 ଲକ୍ଷ 51 ହଜାର 585ଟି ସିଟ୍‌ ରହିଛି । ତେବେ କଳାରେ 1 ଲକ୍ଷ 71 ହଜାର 74, ବାଣିଜ୍ୟରେ 24 ହଜାର 419, ସଂସ୍କୃତରେ 6 ହଜାର 234, ପଦାର୍ଥ ବିଜ୍ଞାନରେ 44 ହଜାର 482, ଜୀବ ବିଜ୍ଞାନରେ 41 ହଜାର 113, ଏସ୍‌ଏଫ୍‌ (Self Financing)ରେ 7 ହଜାର 778 ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାରେ 1 ଲକ୍ଷ 5 ହଜାର 569, ଏସ୍‌ଏଫ୍‌(Self Financing)ରେ 1165, ବାଣିଜ୍ୟରେ 18679, ସଂସ୍କୃତରେ 4642, ପଦାର୍ଥ ବିଜ୍ଞାନରେ 24561 ଏବଂ ଜୀବ ବିଜ୍ଞାନରେ 18269 ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ 73,850 ଛାତ୍ର ରହିଥିବା ବେଳେ 99,011 ଛାତ୍ରୀ ରହିଛନ୍ତି । ତୃତୀୟଲିଙ୍ଗୀରେ ରହିଛନ୍ତି ମାତ୍ର 24 ଜଣ । ପ୍ରଥମ ମେରିଟ୍‌ ଲିଷ୍ଟ୍‌ରୁ 82,981 ଛାତ୍ରଛାତ୍ରୀ ବାଦ ପଡ଼ିଛନ୍ତି । ମୋଟ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 1,56,087 ଜଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ପାସ୍‌ ହୋଇ ଆବେଦନ କରିଛନ୍ତି ।

ରେଭେନ୍ସା ବିଶ୍ଵବିଦ୍ୟାଳୟ କଟ୍‌ଅଫ୍‌ ମାର୍କ୍‌

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସାଧାରଣ ବର୍ଗରେ କଳା ବିଭାଗ ନାମ ଲେଖାଇବା ପାଇଁ ରାଜନୀତି ବିଜ୍ଞାନ ପାଇଁ 91.20 ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଛି । ଭୂଗୋଳରେ 89.83 ପ୍ରତିଶତ, ଅର୍ଥନୀତିରେ 89.67 ପ୍ରତିଶତ, ଇଂରାଜୀରେ 89.60 ପ୍ରତିଶତ, ମନୋବିଜ୍ଞାନ ପାଇଁ 88.17 ପ୍ରତିଶତ, ଇତିହାସରେ 87.83 ପ୍ରତିଶତ, ଗଣିତରେ 87.80 ପ୍ରତିଶତ, ସମାଜ ଶାସ୍ତ୍ରରେ 87.00 ପ୍ରତିଶତ ମାର୍କ କଟ୍‌ଅଫ୍‌ ମାର୍କ ରହିଛି ।

ବିଜେବି କଲେଜ କଟ୍‌ଅଫ୍‌ ମାର୍କ

ପଦାର୍ଥ ବିଜ୍ଞାନ କଟ୍‌ଅଫ୍‌ ମାର୍କ ରେଭେନ୍ସା ବିଶ୍ବବିଦ୍ୟାଳୟଠାରୁ ବିଜେବି କଲେଜ୍‌ର ଅଧିକ ରହିଛି । ଗଣିତରେ ବିଜେବି କଲେଜ୍‌ର କଟ୍‌ଅଫ୍‌ ମାର୍କ ୯୪.୩୦ ପ୍ରତିଶତ ରହିଛି । ଜୀବ ବିଜ୍ଞାନରେ ମଧ୍ୟ ବିଜେବି କଲେଜ୍‌ର କଟ୍‌ଅଫ୍‌ ମାର୍କ ଅଧିକ ରହିଛି ।

ତେବେ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍‌ଅଫ୍‌ ମାର୍କ ୮୯.୮୩ ପ୍ରତିଶତ ରହିଛି । ବାଣିଜ୍ୟରେ ଅଭିମନ୍ୟୁ ସାମନ୍ତସିଂହାର କଲେଜ କଟ୍‌ଅଫ୍‌ ମାର୍କ ଦ୍ବିତୀୟ ସର୍ବାଧିକ ରହିଛି । ଅନୁସୂଚିତ ବର୍ଗରେ ରାଜନୀତି ବିଜ୍ଞାନରେ ରେଭେନ୍ସାରେ ୮୫.୮୩ ପ୍ରତିଶତ ରହିଛି । ବେଜେବି କଲେଜ୍‌ରେ ୮୫.୮୩ ପ୍ରତିଶତ ରହିଛି । ସେହିଭଳି ପଦାର୍ଥ ବିଜ୍ଞାନରେ କଟ୍‌ଅଫ୍‌ ମାର୍କ ୮୭.୬୭ ପ୍ରତିଶତ ରହିଛି । ରାସାୟନିକ ବିଜ୍ଞାନରେ କଟ୍‌ଅଫ୍‌ ମାର୍କ ୮୭.୧୭ ପ୍ରତିଶତ ରହିଛି । ଅନୁସୂଚିତ ଜନଜାତି ବର୍ଗରେ ରେଭେନ୍ସାରେ କଟ୍ଅଫ୍‌ ମାର୍କ ସର୍ବାଧିକ ରହିଛି । ରାଜନୀତି ବିଜ୍ଞାନ ପାଇଁ ୮୧ ପ୍ରତିଶତ ରହିଛି । ଭୂଗୋଳ ପାଇଁ ୮୨.୮୦ ପ୍ରତିଶତ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.