ଭୁବନେଶ୍ବର: ଦିନକୁ ଦିନ ଅପରାଧର ସୀମା ଟପୁଛନ୍ତି ଅପରାଧୀ । ଆଉ ଯେମିତି ରାଜଧାନୀ ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ । ଖୁଲମଖୁଲା ହେଉଛି ଅପରାଧ । ରାଜଧାନୀର ଖଣ୍ଡଗିରିରେ ଘଟିଥିବା ଏକ ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖଣ୍ଡଗିରିର ଜାଗମରା ଅଞ୍ଚଳରେ ରହୁଥିବା ଜଣେ ନୌସେନା ଅଧିକାରୀଙ୍କ ଘରେ ପ୍ରଥମେ ଚୋରି ପରେ ଅଧିକାରୀଙ୍କ ପତ୍ନୀଙ୍କୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।
ପୁରା ଘଟଣାଟି ଏମିତି, ଗତ 6 ତାରିଖରେ ନୌସେନା ଅଧିକାରୀଙ୍କ ଘରୁ ଚୋରି ଉଦ୍ଦେଶ୍ୟରେ ପଶିଥିଲେ କିଛି ଦୁର୍ବୃତ୍ତ । ମହିଳାଙ୍କ ଠାରୁ ପିନ୍ଧିଥିବା କାନଫୁଲ, ସୁନା ଚୁଡି, ଟଙ୍କା ସୁନା ଲୁଟି ନେଇଥିଲେ । ପରେ ମହିଳାଙ୍କୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।
ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଚୋରି ଓ ଅସଦାଚରଣ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ