ETV Bharat / city

ପ୍ରଥମ ଦିନରେ ଯୁଗ୍ମ ଓ ଅଯୁଗ୍ମ କଟକଣାକୁ ଅଣଦେଖା - କୋରୋନା ଭାଇରସ ଖବର

ମହାମାରୀ କୋରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଯୁଗ୍ମ ଅଯୁଗ୍ମ ଫର୍ମୁଲା । ପ୍ରଥମ ଦିନରେ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ଯୁଗ୍ମ ଓ ଅଯୁଗ୍ମ କଟକଣା କଟକଣାକୁ ଅଣଦେଖା କରିଛନ୍ତି। ଅଧିକ ପଢନ୍ତୁ...

first day Ignore odd even formula in bmc
ପ୍ରଥମ ଦିନରେ ଯୁଗ୍ମ ଓ ଅଯୁଗ୍ମ କଟକଣାକୁ ଅଣଦେଖା
author img

By

Published : Mar 21, 2020, 9:41 PM IST

ଭୁବନେଶ୍ବର: ଆରମ୍ଭ ହେଲା ସାଧାରଣ ପରିବହନ ବ୍ୟବସ୍ଥା ଉପରେ କଟକଣା । ମହାମାରୀ କୋରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଯୁଗ୍ମ ଅଯୁଗ୍ମ ଫର୍ମୁଲା । ସାଧାରଣ ପରିବହନ ବ୍ୟବସ୍ଥା ଉପରେ ଯୁଗ୍ମ ଓ ଅଯୁଗ୍ମ କଟକଣା ଲାଗୁ କରାଯାଇଛି ।

ପ୍ରଥମ ଦିନରେ ଯୁଗ୍ମ ଓ ଅଯୁଗ୍ମ କଟକଣାକୁ ଅଣଦେଖା

ବିଏମସି ନିର୍ଦେଶନାମା ଅନୁଯାୟୀ ଭୁବନେଶ୍ବରରେ ମାର୍ଚ୍ଚ ୨୧ ତାରିଖରୁ ଅଯୁଗ୍ମ ନମ୍ବର ଗାଡି ଚଳାଚଳ କରିବ । 22 ତାରିଖରେ ଯୁଗ୍ମ ନମ୍ବର ଗାଡି ଚାଲିବ । ହେଲେ ଶନିବାର ଦେଖିବାକୁ ମିଳିଛି କିଛି ବ୍ୟତିକ୍ରମ । ଅର୍ଡରକୁ ବେଖାତିର କରି କିଛି ଯୁଗ୍ମ ନମ୍ବର ଅଟୋ ଓ ଅନ୍ୟାନ୍ୟ ଟ୍ୟାକ୍ସି ଚଳାଚଳ କରୁଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ କୋରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ସ୍ମାର୍ଟସିଟିରେ ଟୋଲ ଫ୍ରି ନମ୍ବରର ସହାୟତା ନେଇ ପାରିବେ ଭୁବନେଶ୍ବର ଜନସାଧାରଣ ।

ଜନସାଧାରଣ ଏହି ଏସଓପି ପାଳନ କରିବା ବାଧ୍ୟତାମୂଳକ । ସହର ଭିତରେ ଗମନାଗମନରେ କଟକଣା କରାଯାଇଛି । ମୋ ବସ, ସରକାରୀ ବା ବେସରକାରୀ ବସ ଵା ପବ୍ଲିକ ଟ୍ରାନ୍ସପୋର୍ଟ ଯୁଗ୍ମ ଓ ଅଯୁଗ୍ମ ନିୟମ ଅନୁଯାୟୀ ଚଳାଚଳ କରିବେ । ପ୍ରଥମ ଦିନରେ ଯୁଗ୍ମ ଓ ଅଯୁଗ୍ମ କଟକଣାକୁ ଅଣଦେଖା କରାଯାଇଛି । ନୂଆ ନିୟମ ଆରମ୍ଭ ହୋଇଛି ,ଧୀରେ ଧୀରେ ସମସ୍ତେ କଟକଣା ମାନିବେ ବୋଲି କମିଶନର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.