ETV Bharat / city

ଆରମ୍ଭ ହେଲା World Skills Center ପ୍ରଥମ ବ୍ୟାଚ୍‌ ପାଠ୍ୟକ୍ରମ

author img

By

Published : Nov 25, 2021, 7:08 AM IST

ୱାର୍ଲଡ଼ ସ୍କିଲ ସେଣ୍ଟର (World Skills Center)ରେ ପ୍ରଥମ ବ୍ୟାଚ୍‌ ଉନ୍ନତ ସ୍କିଲ ପାଠ୍ୟକ୍ରମ ଆରମ୍ଭ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ୨୯ଟି ଜିଲ୍ଲାର ୨୪୦ ଜଣ ଛାତ୍ରଛାତ୍ରୀ ଲେଖାଇଛନ୍ତି ନାମ । ଅଧିକ ପଢନ୍ତୁ

ଆରମ୍ଭ ହେଲା  World Skills Center ପ୍ରଥମ ବ୍ୟାଚ୍‌ ପାଠ୍ୟକ୍ରମ
ଆରମ୍ଭ ହେଲା World Skills Center ପ୍ରଥମ ବ୍ୟାଚ୍‌ ପାଠ୍ୟକ୍ରମ

ଭୁବନେଶ୍ବର:ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA) ଅଧୀନରେ ୱାର୍ଲଡ଼ ସ୍କିଲ ସେଣ୍ଟରରେ ପ୍ରଥମ ବ୍ୟାଚ୍‌ ଉନ୍ନତ ସ୍କିଲ ପାଠ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି । ଏହା ନେଇ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗ୍ରୁପ୍‌ ନିର୍ଦ୍ଦେଶକ ଡଃ ସଂତୃପ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ୱାର୍ଲଡ଼ ସ୍କିଲ ସେଣ୍ଟରରେ ନାମ ଲେଖାଇ ପ୍ରଶିକ୍ଷାର୍ଥୀମାନେ ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।

ପ୍ରଶିକ୍ଷାର୍ଥୀମାନେ ଏହି ଅନୁଷ୍ଠାନରେ ପ୍ରଶିକ୍ଷଣ ଲାଭ କରି ଉଭୟ ଓଡିଶା, ଭାରତ ଏବଂ ବିଶ୍ୱ ଦକ୍ଷତା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍କିଲ ଆଭିମୁଖ୍ୟ ପ୍ରତି ଭାରତୀୟ ସମାଜକୁ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ଇଞ୍ଜିନିୟରିଂ, ଡିପ୍ଲୋମା ଏବଂ ଆଇଟିଆଇ ଶିକ୍ଷା ଊଦ୍ଧ୍ୱର୍ରେ ଜଣେ ପ୍ରଶିକ୍ଷାର୍ଥୀ ନିଜକୁ ଦକ୍ଷ ବ୍ୟକ୍ତି ଭାବରେ ଆତ୍ମବିଶ୍ୱାସ ଏବଂ ଆତ୍ମ ସ୍ୱାଭିମାନର ଭାବନା ମନରେ ରଖିବା ଆବଶ୍ୟକ ବୋଲି କହିଛନ୍ତି ସଂତୃପ୍ତ ମିଶ୍ର ।

ଏହି ଅବସରରେ OSDA ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ସଂତୃପ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସଂତୃପ୍ତ ୱାର୍ଲଡ଼ ସ୍କିଲ ସେଣ୍ଟରର ଅତ୍ୟାଧୁନିକ ଲାବ୍‌ ପରିଦର୍ଶନ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ୱାର୍ଲଡ଼ ସ୍କିଲ ସେଣ୍ଟରରେ ୮ ଗୋଟି ପାଠ୍ୟକ୍ରମରେ ତାଲିମ ଦେବାର ବ୍ୟବସ୍ଥା ରହିଛି । ଏଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ବର୍ଷ ଅବଧିର ସମ୍ପୂର୍ଣ୍ଣ ଆବାସିକ ତାଲିମ ପ୍ରଦାନ କରାଯିବ । ପ୍ରତ୍ୟେକ ପାଠ୍ୟକ୍ରମରେ ୮୦ଟି ସିଟ୍‌ ଥିବାବେଳେ ଚଳିତବର୍ଷ ମେକାନିକାଲ ଏବଂ ଇଲେକଫ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଙ୍ଗ ଏବଂ ରେଫ୍ରିଜେରେସନ ଓ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯିବ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ୨୯ଟି ଜିଲ୍ଲାର ୨୪୦ ଜଣ ଛାତ୍ରଛାତ୍ରୀ ଏଥି ନିମନ୍ତେ ନାମ ଲେଖାଇଛନ୍ତି । ଯେଉଁଠାରେ ୨୧୪ ଜଣ ପୁରୁଷ ଏବଂ ୨୬ ଜଣ ମହିଳା ଅଛନ୍ତି । ଏଥିରେ ଡିପ୍ଲୋମାରୁ ୧୧୫ ଜଣ ଏବଂ ଆଇଟିଆଇ ପୃଷ୍ଠଭୂମିରୁ ୧୨୫ ଜଣ ପ୍ରଶିକ୍ଷାର୍ଥୀ ରହିଛନ୍ତି । ଏହି ଅନୁଷ୍ଠାନରୁ ତାଲିମ ନେବା ପରେ ସମସ୍ତ ପ୍ରଶିକ୍ଷାର୍ଥୀ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରର ଶିଳ୍ପ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ ।

ଏହି ଅବସରରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାଗତ ଜଣାଇଛନ୍ତି । ୱାର୍ଲଡ଼ ସ୍କିଲ ସେଣ୍ଟରରେ ନାମ ଲେଖାଇ ସେମାନେ ନିଜ ଉଜ୍ଜ୍ୱଳ ଭବିଷ୍ୟତର ପ୍ରଥମ ସୋପାନରେ ପାଦ ଦେଇଛନ୍ତି । ୱାର୍ଲଡ଼ ସ୍କିଲ ସେଣ୍ଟରରେ ସେମାନେ ବିଦେଶରୁ ତାଲିମପ୍ରାପ୍ତ ଶ୍ରେଷ୍ଠ ପ୍ରଶିକ୍ଷକମାନଙ୍କଠାରୁ ଶିକ୍ଷା ପାଇପାରିବେ । ଅତ୍ୟାଧୁନିକ ଯନ୍ତ୍ରପାତି ସହିତ କାମ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ହେମନ୍ତ ଶର୍ମା ।

ସିଇଓ, ଓଏସଡିଏ ତଥା ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ରେଘୁ ଜି ଅତିଥିମାନଙ୍କୁ ସ୍ୱାଗତ କରିଛନ୍ତି । ଏହା ସହ ୱାର୍ଲଡ଼ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ବିଷୟରେ ସେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଛନ୍ତି । ଆଗାମୀ ଦିନରେ ୱାର୍ଲଡ଼ ସ୍କିଲ ସେଣ୍ଟରରେ ୩୦ ପ୍ରତିଶତ ମହିଳା ତାଲିମ ନେବାର ଲକ୍ଷ୍ୟ ରହିଛି ବୋଲି ରେଘୁ ଜି ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ଼ ସ୍କିଲ ସେଣ୍ଟରର ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷକ, ବରିଷ୍ଠ ଅଧିକାରୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂତୃପ୍ତଙ୍କୁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ପ୍ରୋଜେକ୍ଟ ଆଡ୍‌ଭାଇଜରି କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ବର୍ତ୍ତମାନ ସେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ମାନବ ସମ୍ବଳ ବିଭାଗର ଗ୍ରୁପ୍‌ ନିର୍ଦ୍ଦେଶକ ଏବଂ କାର୍ବନ ବ୍ଲାକ୍‌ ବ୍ୟବସାୟର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ୍‌ବ୍ୟତୀତ ସେ ଜଣେ ଜଣାଶୁଣା ଓଡିଆ ମାନବ ସମ୍ବଳ ପେଶାଦାର ଏବଂ ୩୦ ବର୍ଷରୁ ଅଧିକ ସମୟ ଧରି ଭାରତ ତଥା ବିଦେଶର ଅନେକ ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତାର ସହ ନେତୃତ୍ୱ ନେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.