ETV Bharat / city

କୋରୋନା ଯୁଦ୍ଧର ଅନନ୍ୟ ଯୋଦ୍ଧା ‘ଅଗ୍ନିଶମ ବିଭାଗ’

author img

By

Published : Apr 29, 2020, 9:02 PM IST

କୋରୋନା ଲଢେଇର ଅନନ୍ୟ ଯୋଦ୍ଧା । ଡାକ୍ତର,ପୋଲିସ ସହ ଏମାନେ ମଧ୍ୟ ଜରୁରୀ । ସେମାନେ ହେଉଛନ୍ତି ଓଡିଶା ଅଗ୍ନିଶମ ବିଭାଗର କର୍ମଚାରୀ । ସାରା ବିଶ୍ବରେ ମହାମାରୀ କୋରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଏହି ଯୁଦ୍ଧର ଅସଲ ଢାଲ ସାଜିଛନ୍ତି ଏମାନେ। ଏମାନଙ୍କୁ କୋରୋନା ଯୁଦ୍ଧର ବାହୁବଳୀ ଯୋଦ୍ଧା ମଧ୍ୟ କୁହନ୍ତି । ଅଧିକ ପଢନ୍ତୁ...

fireman-is-real-fighter-of-fight-againest-covid19
କୋରୋନା ଯୁଦ୍ଧର ବାହୁବଳୀ ଯୋଦ୍ଧା

ଭୁବନେଶ୍ବର: କୋରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା । ପ୍ରାକୃତିକ ବିପର୍ଯ୍ୟୟ ଦୈବିଦୁର୍ବିପାକ ମୁକାବିଲା,ବିପତ୍ତିର ସାଥି । ଡାକ୍ତର,ପୋଲିସ ସହ ଏମାନେ ମଧ୍ୟ ଜରୁରୀ । ସେମାନେ ହେଉଛନ୍ତି ଓଡିଶା ଅଗ୍ନିଶମ ବିଭାଗର କର୍ମଚାରୀ । ଯେଉଁଠିଥାଏ ଭୟ ସେଠିଥାନ୍ତି ଏମାନେ । ଜୀବନକୁ ବାଜି ଲଗାଇ ଲଢିଚାଲନ୍ତି । ସାରା ବିଶ୍ବରେ ମହାମାରୀ କୋରୋନା କାୟା ବିସ୍ତାର କରି ଚାଲିଥିବା ଏହି ଯୁଦ୍ଧର ଅସଲ ଢାଲ ସାଜିଛନ୍ତି ଏମାନେ। ଏମାନଙ୍କୁ କୋରୋନା ଯୁଦ୍ଧର ବାହୁବଳୀ ଯୋଦ୍ଧା ମଧ୍ୟ କୁହନ୍ତି ।

କୋରୋନା ଯୁଦ୍ଧର ବାହୁବଳୀ ଯୋଦ୍ଧା

ସାରା ବିଶ୍ବରେ ମହାମାରୀ କୋରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । କୋରୋନାରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟକ କ୍ଷେତ୍ରରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଏ ଭଳି ସମୟରେ କୋରୋନା ମୁକାବିଲାକୁ ସାମନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ମନରେ ଥାଏ ମୁକାବିଲାର ଅଦମ୍ୟ ସାହାସ ଓ ମହାମାରୀ କୋରୋନା ବିରୋଧରେ ଲଢିବାର ଆତ୍ମବିଶ୍ବାସ । ସକାଳ ହେଲେ ବାହାରି ପଡନ୍ତି ଏବଂ ତଳ କର୍ମଚାରିଠୁ ଉପର ଅଫିସର ପର୍ଯ୍ୟନ୍ତ ସମସ୍ତେ ନିଜ କାର୍ଯ୍ୟରେ ଲାଗିପଡନ୍ତି । ସଭିଙ୍କର ଥାଏ ମୁକାବିଲା ପଛରେ ଦୃଢ ସଂକଳ୍ପ । ସାଧାରଣତଃ ଯେଉଁ ଅଞ୍ଚଳରେ ଭାଇରସର ସଂକ୍ରମଣ ବ୍ୟାପିଥାଏ ସେହି ଅଞ୍ଚଳରେ ଏମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି ।

କଣ୍ଟେନମେଣ୍ଟ ଜୋନ ହେଉ ବା ହଟସ୍ପଟ ଏରିଆ କିମ୍ବା ଲକଡାଉନ ଅଞ୍ଚଳ ସବୁବେଳେ ଏମାନେ କାର୍ଯ୍ୟ କରିଥାନ୍ତି । ସୋଡିୟମ ମିଶ୍ରିତ ପାଣି ଟ୍ୟାଙ୍କର ନେଇ ସମ୍ପୂର୍ଣ୍ଣି ଅଞ୍ଚଳକୁ ବିଶୋଧିତ ବା ସାନିଟାଇଜ କରିଥାନ୍ତି । ସହର ସାରା ଘର ଘର ତଥା ସଂକ୍ରମିତ ଅଞ୍ଚଳ ବୁଲି ବୁଲି ସାନିଟାଇଜ କରିଥାନ୍ତି । ନିଜ ସୁରକ୍ଷା ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନ କରି କୋରୋନାର ମୁକାବିଲା ପାଇଁ ସହରର ରାସ୍ତା ଘାଟ ସହ ବିଭିନ୍ନ ଗଳି କନ୍ଦି ଓ ଜନଗୋହଳି ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ ବା ବିଶୋଧିତ କରିଥାନ୍ତି । ଗାଁ ହେଉ ବା ସହରର ସମସ୍ତ ଜାଗାରେ ଏମାନେ କାର୍ଯ୍ୟ କରିଥାନ୍ତି ।

ସରକାର ବିଶୋଧନକୁ ପ୍ରାଥମିକତା ଦେଉଥିବାରୁ ଏମାନଙ୍କ ପାଇଁ ଏବେ ପାଲଟିଛି ବଡ ଚ୍ୟାଲେଞ୍ଜ । କେବଳ ନିଆଁ ଲିଭାଇବା ନୁହେଁ ବିପର୍ଯ୍ୟୟ ମୁକାବିଲା ସହ ଜରୁରୀକାଳିନ ପରିସ୍ଥିତିରେ ସମାଜର ଏକ ଅଭିନ୍ନ ଅଙ୍ଗ ହେଉଛନ୍ତି ଅଗ୍ନିଶମ କର୍ମଚାରୀ । ଏମାନଙ୍କ ନିରନ୍ତର ପରିଶ୍ରମ ହିଁ ଏମାନଙ୍କୁ ସଜାଇଛି କୋରୋନା ଲଢେଇର ବାହୁବଳୀ ଯୋଦ୍ଧା ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.