ଭୁବନେଶ୍ବର: କୋରୋନାକୁ ମାତ ଦେଇଥିବା ଅଗ୍ନିଶମ କର୍ମଚାରୀ ନିଜ ପ୍ଲାଜମା ଦାନ କରିବେ ବୋଲି ସୂଚନା ଦେଇଛନ୍ତି ଅଗ୍ନିସମ ଡିଜି ସତ୍ୟଜିତ ମହାନ୍ତି ।
କୋଭିଡ ଦ୍ବାରା ଅତ୍ୟଧିକ ଆକ୍ରାନ୍ତ ହୋଇଥିବା ରୋଗୀ ପ୍ଲାଜମା ଚିକିତ୍ସା ଦ୍ବାରା ସୁସ୍ଥ ହୋଇପାରିବେ । ତେବେ ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ସ୍ବେଚ୍ଛାକୃତ ଭାବେ 10 ଜଣ ଅଗ୍ନିଶମ ଯୋଦ୍ଧା ଇଚ୍ଛା ପ୍ରକାଶ କରିଥିବା ସୂଚନା ରହିଛି । ଏନେଇ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, ଅମ୍ପାନ ପରବର୍ତ୍ତି ପୁଃନଉଦ୍ଧାର ପାଇଁ ପଶ୍ଚିମବଙ୍ଗ ଯାଇ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଅଗ୍ନିଶନ କର୍ମଚାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ