ETV Bharat / city

ରାଜ୍ୟରେ ଗଠନ ହେବ ରିଜର୍ଭ ଫାୟାର ରେସପନ୍ସ ଫୋର୍ସ - ଭୁବନେଶ୍ବରରେ ଫାୟାର ସର୍ଭିସ ସିନିୟର ଅଫିସର ଟ୍ରେନିଂ କାର୍ଯ୍ୟକ୍ରମ

ଭୁବନେଶ୍ବରରେ ଫାୟାର ସର୍ଭିସ ସିନିୟର ଅଫିସର ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

fire service officer meeting in bhubaneswar
ରାଜ୍ୟରେ ଗଠନ ହେବ ରିଜର୍ଭ ଫାୟାର ରେସପନ୍ସ ଫୋର୍ସ
author img

By

Published : Aug 11, 2022, 10:49 AM IST

ଭୁବନେଶ୍ବର: ରିଜର୍ଭ ପୋଲିସ ଫୋର୍ସ ପରି ଗଠନ ହେବ ରିଜର୍ଭ ଫାୟାର ରେସପନ୍ସ ଫୋର୍ସ । ଏନେଇ ଗୃହ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ନିଯୁକ୍ତ ହେବେ ୨୦୦ ଆଗ୍ନିକ ବା ଅଗ୍ନିଶମ କର୍ମଚାରୀ। ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟର ଠାରେ ଆରମ୍ଭ ହୋଇଥିବା ଫାୟାର ସର୍ଭିସ ସିନିୟର ଅଫିସର ଟ୍ରେନିଂ କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

ନିଯୁକ୍ତ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତାର ସ୍ବତନ୍ତ୍ର ତାଲିମ ଦିଆଯିବ । ତତସହିତ ଏନଡିଆରଏଫ ଓ ଓଡ୍ରାଫ ଭଳି ଅଗ୍ନିଶମ ବିଭାଗରେ ରିଜର୍ଭ ଭାବେ ରଖାଯିବ । ହଠାତ୍‌ କୋଣସି ବିପର୍ଯ୍ୟୟ ପରିସ୍ଥିତି ଆସିଲେ ବା ସାମ୍ଭାବ୍ୟ ସ୍ଥିତି ଦେଖାଦେଲେ ଏମାନଙ୍କୁ ନିୟୋଜିତ କରାଯିବ । ପୋଲିସର ରିଜର୍ଭ ପୋଲିସ ଭଳି ଫାୟର ଫୋର୍ସକୁ ରିଜର୍ଭ ରଖାଯିବ ଏବଂ ଆବଶ୍ୟକ ପଡିଲେ ମୁତୟନ କରାଯିବ । ଏହାସହ ପଞ୍ଚଦଶ ଅର୍ଥ କମିଶନରୁ ଅଗ୍ନିଶମ ବିଭାଗ ପାଇଁ ୫୦୦କୋଟିରୁ ୨୪୭କୋଟିର ଆଧୁନିକରଣ ଯନ୍ତ୍ରପାତି କିଣିବାକୁ ଅର୍ଥ ପାଇଁ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟରେ ଗଠନ ହେବ ରିଜର୍ଭ ଫାୟାର ରେସପନ୍ସ ଫୋର୍ସ

ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି, "ଷ୍ଟେଟ ଡିଜାଷ୍ଟର ରିଲିଫ ଫଣ୍ଡରୁ ଯେଁ ଅର୍ଥ ବର୍ଷକୁ ୪୦୦କୋଟିର ରହୁଛି, ସେଥିରୁ ମଧ୍ୟ ଆମେ ଅଗ୍ନଶମ ବିଭାଗର ଆଧୁନିକ ଯନ୍ତ୍ରପାତି କ୍ରୟ ପାଇ ଖର୍ଚ୍ଚ କରିବୁ । ପେଟ୍ରୋଲ ପମ୍ପ ବ୍ଲାଷ୍ଟ,ତେଲ ଟ୍ୟାଙ୍କର ବ୍ଲାଷ୍ଟ ବା ନିଆଁ ଲାଗିବା ଏସବୁ ପାଇଁ କ୍ୟାମିକାଲ, ବାୟୋ ଲୋଜିକାଲ, ରେଡିଓଲୋଜିକାଲ ଏବଂ ଡିଜାଷ୍ଟର ପାଇଁ ଅତ୍ୟାଧୁନିକ ଫାୟାର ଫାଇଟି ଭେଇକିଲ କିଣିବାକୁ ଯୋଜନା ଚାଲିଛି। ଫାୟାର ସର୍ଭିସର ତିନୋଟି ଟ୍ରେନିଂ ସେଣ୍ଟର କଟକ, ବରମୁଣ୍ଡା,ପୁରୀ ରାମଚଣ୍ଡୀକୁ ଆହୁରି କାର୍ଯ୍ୟକ୍ଷମ କରାଯିବ ।"

ସେପଟେ ଏନେଇ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, " ରାଜ୍ୟ ଅଗ୍ନିଶମ ବିଭାଗ ଦେଶର‌ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ମୁକାବିଲା କରି ପ୍ରଂଶସିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଅଗ୍ନିଶମ ବିଭାଗକୁ ଆହୁରି କାର୍ଯକ୍ଷମ କରାଯିବ । ଓଡିଶା ଫାୟାର ସର୍ଭିସକୁ ଓଡିଶା ଏମରଜେନସି ସର୍ଭିସ ଭାବେ ପରିବର୍ତ୍ତନ ପାଇଁ ଚଳିତ ବିଧାନସଭାରେ ଏକ ପ୍ରସ୍ତାବ ରହିଛି । ଆଗାମୀ ବିଧାନସଭା ଅଧିବେସନରେ ବିଲ ପାରିତ ହେବ ବୋଲି ଆଶା କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.