ETV Bharat / city

ଜଣାଶୁଣା କୋଚିଂ ସେଣ୍ଟରକୁ ଅଗ୍ନିଶମ ବିଭାଗର ନୋଟିସ

ବିନା ଫାୟାର ସେଫଟିରେ ଚାଲିଛି କୋଚିଂ ସେଣ୍ଟର । ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ନାମୀଦାମୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ।

author img

By

Published : May 31, 2019, 9:22 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ଜୀବନ ସହ ଚାଲିଛି ଖେଳ । ବିନା ଫାୟାର ସେଫଟିରେ ଚାଲିଛି କୋଚିଂ ସେଣ୍ଟର । ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ନାମୀଦାମୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା ପରେ ଭୁବନେଶ୍ବରର ସବୁ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଯାଞ୍ଚ କରିଛି ଅଗ୍ନିଶମ ବିଭାଗ ଟିମ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ନାମୀଦାମୀ କୋଚିଂ ସେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ବରର ୧୪ଟି କୋଚିଂ ସେଣ୍ଟରେ ଯାଞ୍ଚ କରାଯାଇଥିଲା । ଆଉ ଏହାର ବାସ୍ତବ ସ୍ଥିତି ଗ୍ରାଉଣ୍ଡ ଜିରୋରୁ ପରଖିବା ପରେ ଆକାଶ, ମହିନ୍ଦ୍ରା, ସାମଲ କ୍ଲାସେସ, କ୍ୟାରିୟର, ଆଲେନ କାରିୟର,ଏଜୁକେସନ ଏସିଆ ଭଳି ଅନେକ କୋଚିଂ ସେଣ୍ଟରକୁ ନୋଟିସ ଜାରି କରିଛି ଅଗ୍ନିଶମ ବିଭାଗ ।

କେଉଁଠି ବିପଦସଙ୍କୁଳ ଅବସ୍ଥାରେ ଶ୍ରେଣୀ ଗୃହ ରହିଥିଲା । ତ ଆଉ କେଉଁଠି ଅଘଟଣ ଘଟିଲେ ବାହାରକୁ ବାହାରିବା ପାଇଁ ବାଟ ନଥିବା ଭଳି ଆସିଛି ସାଙ୍ଘାତିକ ଅଭିଯୋଗ । ଏମିତିକି କେଉଁଠି ସମସ୍ତ ଫାୟାର ସେଫଟି ପାଇଁ ଯନ୍ତ୍ରାଂଶ ଥାଇ ବି ତାହା ସଠିକ ଭାବେ କାମ କରୁ ନଥିବା ଦେଖିବାକୁ ପାଇଥିଲେ ଅଗ୍ନିଶମ ଟିମ ।

ଅନ୍ୟପଟେ ଯାଞ୍ଚ ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୋଚିଂ ସେଣ୍ଟର ପଦକ୍ଷେପ ନ ନେଲେ, ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.