ETV Bharat / city

ରସୁଲଗଡ Esplanade ମଲ୍‌ରେ ରାଜ୍ୟ ଅଗ୍ନିଶମ ଟିମର ତନାଘନା - ସପିଙ୍ଗ ମଲରେ ଅଗ୍ନିଶମ ଟିମର ରେଡ

ସପିଂ ମଲ୍‌ରେ ଅଗ୍ନିଶମ ବିଭାଗର ତନାଘନା । ରାଜଧାନୀର ବିଭିନ୍ନ ମଲ୍‌ରେ ଚାଲିଛି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ । ଅଧିକ ପଢନ୍ତୁ

ଅଗ୍ନିକାଣ୍ଡ ମୁକାବିଲା ପାଇ ସପିଂ ମଲରେ ରେଡ୍; Esplanade Mallରେ ଅଗ୍ନିଶମ ଟିମର ଛାନଭିନ୍

author img

By

Published : May 8, 2022, 12:42 PM IST

ଭୁବନେଶ୍ବର: ସପିଂ ମଲ୍‌ରେ ଅଗ୍ନିଶମ ବିଭାଗର ତନାଘନା । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସ୍କାନରରେ ରାଜଧାନୀର ବଡବଡ ମଲ୍‌ । ଚାଲିଛି ଓଡ଼ିଶା ଅଗ୍ନିଶମ ବିଭାଗର ମାରାଥନ ରେଡ୍‌ । ଭୁବନେଶ୍ବର ରସୁଲଗଡ଼ରେ ଥିବା ଏସପ୍ଲାନେଡ ମଲ୍‌ରେ ଯାଞ୍ଚ ହୋଇଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ । କୈଣସି ଅଗ୍ନିକାଣ୍ଡ ଜନିତ ଅଘଟଣ ଘଟିଲେ କିପରି ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି ସେନେଇ ମଲରେ ଯାଞ୍ଚ କରିଛି ବିଭାଗ । ଏନେଇ ଅଗ୍ନି ନିର୍ବାପକ ଉପକରଣ ଓ ଫାୟାର ସେଫ୍ଟି ନେଇ ଯାଞ୍ଚ କରୁଛନ୍ତି ଭୁବନେଶ୍ବର ଫାୟାର ଟିମ ।

ଅଗ୍ନିକାଣ୍ଡ ମୁକାବିଲା ପାଇ ସପିଂ ମଲରେ ରେଡ୍; Esplanade Mallରେ ଅଗ୍ନିଶମ ଟିମର ଛାନଭିନ୍

ଫାୟାର ପ୍ରିଭେନସନ ଆକ୍ଟ ୨୦୧୭ ଆଧାରରେ ଆସିଷ୍ଟାଣ୍ଟ ଫାୟାର ଅଫିସର ସୁଶାନ୍ତ କୁମାର ବିଶ୍ବାଳ ନେତୃତ୍ବରେ ଚାଲିଛି ତନାଘନା । ମଲରେ ଲାଗିଥିବା ଫାୟାର ଇକ୍ବିପମେଣ୍ଟ ଠିକରେ କାମ କରୁଛି କି ନାହିଁ ତାହାକୁ ତନ ତନ କରି ଯାଞ୍ଚ କରିଛି ଅଗ୍ନିଶମ ବିଭାଗ । ଏସପ୍ଲାନେଡ ମଲ ସହ ରାଜଧାନୀର ଏକାଧିକ ମଲରେ ଯାଞ୍ଚ କରାଯିବାକୁ ସ୍ଥିର ହୋଇଥିବା ଏଏଫଏଓ(AFO) ସୁଶାନ୍ତ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । ଶନିବାର ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ଚେକିଂ ହୋଇଥିଲା । ତେବେ ଯାଞ୍ଚ ଅଧିକାରୀ କହିଛନ୍ତି ଯଦି ଭାଓଲେସନ୍ କୌଣସି ଦିଗ ସାମ୍ନାକୁ ଆସେ । ତେବେ ମଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ ଦେବୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.