ETV Bharat / city

ଏଗାର ତାଲା ବିଲ୍ଡିଂ‌ରେ ଅଗ୍ନିକାଣ୍ଡ, ଜଳିଗଲା ରାଜ୍ୟ ଗୃହ ନିର୍ମାଣ ଭବନ - ଜଳିଗଲା ରାଜ୍ୟ ଗୃହ ନିର୍ମାଣ ଭବନ

ରାଜଧାନୀର ଭୋମନଗର ଛକରେ ଥିବା ୧୧ ତାଲା ବିଲଡିଂରେ ଘଟିଛି ଅଗ୍ନିକାଣ୍ଡ । ପ୍ରଥମ ମହଲାରେ ଥିବା ରାଜ୍ୟ ଗୃହ ନିର୍ମାଣ ଭବନ କାର୍ଯାଳୟରେ ଅଗ୍ନିକାଣ୍ଡ ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି । ଅଧିକ ପଢନ୍ତୁ

ଏଗାର ତାଲା ବିଲ୍ଡିଂ‌ରେ ଅଗ୍ନିକାଣ୍ଡ, ଜଳିଗଲା ରାଜ୍ୟ ଗୃହ ନିର୍ମାଣ ଭବନ

author img

By

Published : May 8, 2022, 9:58 PM IST

ଭୁବନେଶ୍ବର: ରାଜଧାନୀର ଭୋମନଗର ଛକରେ ଥିବା ୧୧ ତାଲା ବିଲଡିଂରେ ଘଟିଛି ଅଗ୍ନିକାଣ୍ଡ । ପ୍ରଥମ ମହଲାରେ ଥିବା ରାଜ୍ୟ ଗୃହ ନିର୍ମାଣ ଭବନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପ୍ରଥମ ମହଲାରେ ଥିବା ଅଡିଟ ଆଣ୍ଡ ଆକାଉଣ୍ଟ ସେକ୍ସନରେ ଜଳିଗଲା ଫାଇଲ ଓ କମ୍ପ୍ଯୁଟର । ଅନେକ କାଗଜପତ୍ର ସହ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ପୋଡି ନଷ୍ଟ ହୋଇଯାଇଛି ।

ଏଗାର ତାଲା ବିଲ୍ଡିଂ‌ରେ ଅଗ୍ନିକାଣ୍ଡ, ଜଳିଗଲା ରାଜ୍ୟ ଗୃହ ନିର୍ମାଣ ଭବନ

ଅପରାହ୍ନ ସମୟରେ ନିଆଁ ଲାଗିଥିବାବେଳେ ଅଫିସର କର୍ମଚାରୀ ଓ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ ଏସିରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି ବୋଲି ଅନୁମାନ କରିଛି ଅଗ୍ନିଶମ ବିଭାଗ । ତେବେ ରାଜ୍ୟ ଗୃହ ନିର୍ମାଣ ଭବନର ଅଧ୍ୟକ୍ଷ ଏନେଇ କହିଛନ୍ତି ଯେ, ବିଶେଷ କ୍ଷୟକ୍ଷତି ହୋଇନାହିଁ । ଏନେଇ ଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇଛି । କିଛି କାଗଜପତ୍ର ସହ ଅନ୍ୟାନ୍ୟ ଜିନିଷ ପୋଡିଯାଇଛି । କାହାର‌ କୌଣସି କ୍ଷତି ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.