ETV Bharat / city

ମାର୍କେଟ ବିଲ୍ଡିଂ ସ୍ଥିତ ଉଷା ଇଲୋକ୍ଟ୍ରୋନିକ୍ସ ସୋରୁମରେ ଅଗ୍ନିକାଣ୍ଡ

author img

By

Published : Sep 9, 2022, 9:51 AM IST

ମାର୍କେଟ ବିଲ୍ଡିଂରେ ନିଆଁ । ମାର୍କେଟ ବିଲ୍ଡିଂ ସ୍ଥିତ ଉଷା ଇଲୋକ୍ଟ୍ରୋନିକ୍ସ ସୋରୁମରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ମାର୍କେଟ ବିଲ୍ଡିଂ ସ୍ଥିତ ଉଷା ଇଲୋକ୍ଟ୍ରୋନିକ୍ସ ସୋରୁମରେ ଅଗ୍ନିକାଣ୍ଡ
ମାର୍କେଟ ବିଲ୍ଡିଂ ସ୍ଥିତ ଉଷା ଇଲୋକ୍ଟ୍ରୋନିକ୍ସ ସୋରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ମାର୍କେଟ ବିଲ୍ଡିଂ(Market Building) ସ୍ଥିତ ଉଷା ଇଲୋକ୍ଟ୍ରୋନିକ୍ସ(Usha Electronics) ସୋରୁମରେ ଅଗ୍ନିକାଣ୍ଡ । ଗତକାଲି(ଗୁରୁବାର) ରାତି ପ୍ରାୟ ୧୦ରେ ନିଆଁ ଲାଗିଥିବା ନେଇ ସୂଚନା । ସର୍ଟସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଥିବା ନେଇ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ରାତି ଅଧରେ ଜଳି ଉଠିଲା କେଶରୀ ମଲ, ନିଆଁ ଆଁରେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଭସ୍ମୀଭୂତ

ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ସୋରୁମରେ ହଠାତ୍‌ ନିଆଁ ଲାଗିଯାଇଥିଲା (fire breaks out at usha electronics ) । ଖବରପାଇ ଅଗ୍ନିଶମ ବାହିନୀର ୩ଟି ଗାଡି ସହ ୪୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ଏନେଇ କେହି ଆହତ ହୋଇ ନଥିବା ବେଳେ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ହସ୍ତକ୍ଷେପ ହୋଇପାରିନାହିଁ । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ଉଷା ସୋରୁମ ପାଖ ଦୋକାନକୁ ନିଆଁ ସାମାନ୍ୟ ବାପିଥିବାବେଳେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଦୋକାନଟି ଇଲୋକ୍ଟ୍ରୋନିକ୍ସ ସୋରୁମ ହୋଇଥିବାବେଳେ ନିଆଁ ବ୍ୟାପିବା ପ୍ରତି ବିପଦ ରହିଥିଲା । କିନ୍ତୁ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବଡ ବିପଦକୁ ଟାଳିବାରେ ସଫଳ ହୋଇଥିଲେ ।

ଏହା ପୂର୍ବରୁ ଗତ ଏପ୍ରଲ ୧୫ ତାରିଖରେ ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଦେକାନ ଜଳି ଯିବା ସହ ଆସବାପତ୍ର ନଷ୍ଟ ହୋଇଯାଇଥିଲା । ଖବର ପାଇ ପହଞ୍ଚିଥିଲା ଅଗ୍ନିଶମ ଟିମ । ପାଖାପାଖି ୧ଘଣ୍ଟା ଧରି ନିଆଁକୁ ଲିଭାଇ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ଏନେଇ କେହି ଆହତ ହୋଇ ନଥିବା ବେଳେ ଆସବାପତ୍ର ସହ ଦୋକାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା ।

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କିଭଳି ନିଆଁ ଲାଗିଲା ସେନେଇ ଖୋଳତାଡ କରୁଛି ଅଗ୍ନିଶମ ବାହିନୀ । ତେବେ ମଲରେ ନିଆଁ ଲାଗିବା ଘଟଣା ପରେ ଏବେ ଅନ୍ୟ ମଲ କର୍ତ୍ତୃପକ୍ଷଙ୍କ ପାଇଁ କଡା ଆହ୍ଵାନ ହୋଇଛି । ଅନ୍ୟ ମଲ ଗୁଡିକରେ ଫାୟାର ସେଫଟି ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.