ଭୁବନେଶ୍ବର: ଫାଟିଲା ବ୍ୟାଟେରୀ, ସୋ' ରୁମରେ ଲାଗିଲା ନିଆଁ । ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାନ ଅଞ୍ଚଳରେ ଥିବା ଏକ ବୈଦ୍ୟୁତିକ ଯାନ ସୋ' ରୁମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ସୋ' ରୁମର କିଛି ଗାଡି ଜଳି ଯାଇଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଖବର ପାଇ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ, ବୈଦ୍ୟୁତିକ ସୋ' ରୁମରେ ଏପରି ବ୍ୟାଟେରୀ ଫାଟିବା ଏବେ ବୈଦ୍ୟୁତିକ ଯାନ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି ।
ସୂଚନା ମୁକାବକ, ବମିଖାଲ ଅଞ୍ଚଳ ସ୍ଥିତ ଇ-ସ୍କୁଟର ସୋ' ରୁମରେ ଗାଡିର ବ୍ୟାଟେରୀ ଫାଟିବା ଯୋଗୁଁ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଦୁଇଟି ଗାଡିରେ ଏହି ନିଆଁ ଲାଗିଥିଲା । ଏଥିରେ କେହି ମୃତାହତ ହୋଇନଥିବା ବେଳେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଜନଜୀବନ ହାନି ହୋଇନଥିବା ବେଳେ ସୋ' ରୁମର ଅନେକ ସାମଗ୍ରୀ ଏବଂ କିଛି ଗାଡି ନଷ୍ଟ ହୋଇଯାଇଛି । ଏହାସହିତ ସେଠାରେ ଥିବା ଚାର୍ଜିଂ ବ୍ୟାଟେରୀ ପଏଣ୍ଟ ଫାଟି ଯାଇଥିବା ଦେଖିବାକୁ ମିଳିଛି।
ଏହାମଧ୍ୟ ପଢନ୍ତୁ: ବାରିପଦା ବ୍ୟାଙ୍କ ଅଫ ବରୋଦାରେ ଅଗ୍ନିକାଣ୍ଡ
ଏହାକୁ ନେଇ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ''ବୈଦ୍ୟୁତିକ ଯାନ(EV) ସୋ' ରୁମରେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହାର କାରଣ ଜାଣିବାକୁ ତଦନ୍ତ କରାଯାଉଛି ।'' ତେବେ ଇଭି ସୋ' ରୁମରେ ଏପରି ଘଟଣା ଏବେ ବୈଦ୍ୟୁତିକ ଯାନ କିଣୁଥିବା ଲୋକଙ୍କୁ ମନରେ ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ତେବେ କିଛି ଦିନ ତଳେ ହାଇଦ୍ରାବାଦରେ ମଧ୍ୟ ଏପରି ସମାନ ଅଘଟଣ ଘଟିଥିଲା । ଗୋଟିଏ ସୋ' ରୁମରେ ନିଆଁ ଲାଗିବା ଯୋଗୁଁ ୮ ଜଣ ଲୋକ ପ୍ରାଣ ହରାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର