ଭୁବନେଶ୍ବର: ରାଜଧାନୀସ୍ଥିତ ଗୋପବନ୍ଧୁ ଛକ ନିକଟରେ ଥିବା ଗ୍ରୀନ ଚିଲ୍ଲୀରେ ନିଆଁ ଲାଗି ଦୋକାନ ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟବଶତଃ ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଆଜି(ବୁଧବାର) ରାତ୍ରି ପ୍ରାୟ 9 ଟା ସମୟରେ ତେଲ କଢାରୁ ନିଆଁ ଲାଗି ଧିରେ ଧିରେ ସମ୍ପୂର୍ଣ୍ଣ ଦୋକାନକୁ ବ୍ୟାପି ଯାଇଥିଲେ । ହଠାତ ଖବର ପାଇ ସେକ୍ରେଟେରୀଏଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଥିବା ତାର କାରଣ ଜଣା ପଡି ନ ଥିବାବେଳେ କ୍ଷୟକ୍ଷତି ନେଇ ଆକଳନ କରାଯାଇ ନାହିଁ ।
ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇଁ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ