ETV Bharat / city

ବିଏମସି ନାଁରେ ଆଦାୟ ଚାଲିଛି ବେଆଇନ ପାର୍କିଂ ଫି’, ଥାନାରେ ଅଭିଯୋଗ - Parking Fee

ରାଜଧାନୀରେ ଚାଲିଛି ବେଆଇନ ପାର୍କିଂ ଫି’ ଆଦାୟ । ବିଏମସି ବାଦ ଏହାକୁ ପେସା ବନେଇଛନ୍ତି କିଛି ଅସାଧୁ ବ୍ୟକ୍ତି । ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ହୋଇଛି ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 7, 2019, 9:14 PM IST

ଭୁବନେଶ୍ବର: ଆଜିକାଲି ସହଜରେ ଦୁଇ ପଇସା ରୋଜଗାର କରିବାର ନିଶା ଅଧିକାଂଶ ଲୋକଙ୍କୁ ଘାରିଛି । କିଛି ଲୋକ ବେଆଇନ ପନ୍ଥା ମଧ୍ୟ ଆପଣେଇବାକୁ ପଛାଉନାହାଁନ୍ତି । ଇତିମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟକ୍ତି ବିଏମସି ନାଁରେ ପାର୍କିଂ ଫି’ ଆଦାୟ କରୁଥିବାର ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ବିଏମସି ପକ୍ଷରୁ ରାଜଧାନୀର କିଛି ପ୍ରମୁଖ ସ୍ଥାନରେ ପାର୍କିଂର ବ୍ୟବସ୍ଥା ମାନ କରାଯାଇଛି । ଯେଉଁଥିରେ ବିଏମସି ଲୋଗୋ ଥିବା ଟିକେଟ ଉପଲବ୍ଧ ହୋଇଥାଏ । ତେବେ ଜାଲ ଲୋଗୋ ବ୍ୟବହାର କରି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବାରେ ଲାଗିଛନ୍ତି କିଛି ପେସାଦାର ଠକ । ପ୍ରିଂ ପାର୍କି ସ୍ଥଳରେ ବିଏମସି ନାଁରେ ଲୁଟୁଛନ୍ତି ହଜାର ହଜାର ଟଙ୍କା । ଏନେଇ କିଛି ଅଭିଯୋଗ ଆସିବା ପରେ ତତ୍ପରତା ଦେଇଛି ବିଏମସି ।

ଆଜି ବିଏମସିର ଏକ ଟିମ୍ ୱାର୍ଡ ସୁପରଭାଇଜର ଦେବୀ ପ୍ରସାଦ ଦାସ ଏବଂ ଡେପୁଟି କମିଶନର ପ୍ରବୀର କୁମାର ଖିଲାରଙ୍କ ନେତୃତ୍ବରେ ରାଜଧାନୀର ବିଭିନ୍ନ ପାର୍କିଂ ସ୍ଥଳରେ ଚଢାଉ କରିଥିଲା । ତେବେ ଚଢାଉ ବେଳେ ମାଷ୍ଟରକ୍ଯାଣ୍ଟିନ ଷ୍ଟେସନ ସ୍କୋୟାର ରିଲାଏନ୍ସ ସପିଂମଲ ସାମ୍ନାରେ କିଛି ଯୁବକ ବେଆଇନ ପାର୍କି ଫି ଆଦାୟ ଚଳାଇଥିବା ଜଣାପଡ଼ିଛି ।

ଅସାଧୁ ଉପାୟରେ ବିଏମସି ଲୋଗୋ ଥିବା ଟିକେଟ ସାହାଯ୍ୟରେ ଦୁଇ ଚ଼କିଆ ଯାନ ଠାରୁ ୫ଟଙ୍କା ଏବଂ ଚାରି ଚକିଆ ଯାନଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ଲାଇସେନ୍ସ ଚେକ କରିବାରୁ କଥା ପଦାରେ ପଡ଼ିଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.