ଭୁବନେଶ୍ବର: ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅଙ୍କ ନାଁରେ ଏତଲା । ଉପାସନା ମହାପାତ୍ରଙ୍କ ନାଁରେ ଏତଲା ଦେଇଛନ୍ତି ତାନ୍ୟା ରାୟ ନାମକ ଅଭିଯୋଗକାରିଣୀ । ନୟାପଲ୍ଲୀ ଥାନାରେ ଏନେଇ ଏତଲା ଦେବା ସହ ଉପାସନା ଓ ତାଙ୍କର କିଛି ସହଯୋଗୀ ତାଙ୍କ ପିତା ପ୍ରଣବ ରାୟଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରିଥିବାର ତାନ୍ୟା ରାୟ ଅଭିଯୋଗ କରିଛନ୍ତି । ଘରେ ପଶି ଗୁଣ୍ଡା ଲଗାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ପ୍ରଣବ ରାୟଙ୍କୁ ମାଡ ମାରିବା ସହ ଘର ଜିନିଷପତ୍ର ଭାଙ୍ଗି ଥିବା ଅଭିଯୋଗ ସହ ଉପାସନାଙ୍କ ସମେତ ପ୍ରାୟ 18 ଜଣଙ୍କ ନାଁରେ ଏତଲା ଦିଆଯାଇଛି ।
ଘର କିଣାବିକା ବିବାଦକୁ ନେଇ ଏଭଳି ଗଣ୍ଡଗୋଳ ହୋଇଥିବା ଅଭିଯୋଗକାରୀଙ୍କ ବାପା କହିଛନ୍ତି । ସେପଟେ ଡିସିପି କହିଛନ୍ତି, ‘ଅଭିଯୋଗକାରୀଙ୍କ FIR କୁ ଭିତ୍ତି କରି ଘଟଣାର ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା 14 ଜଣ ଅଟକ ଅଛନ୍ତି । ପ୍ରଣବ ରାଏଙ୍କ ମୁଣ୍ଡରେ ଆଘାତ ଅଛି ତେଣୁ ପୋଲିସ ଏନେଇ ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଜାରି ରଖିଛି ।’
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ