ଭୁବନେଶ୍ବର: ଅଡୁଆରେ ବିଜେପି ନେତା ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଟ୍ବିଟରରେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଅଡୁଆରେ ବୈଜୟନ୍ତ । ଅକ୍ଷମଣିୟ ଅପରାଧ ଓ ଦେଶଦ୍ରୋହ ଦର୍ଶାଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ।
ଯୁବ ଓଡ଼ିଶା ଅଭିଯାନ ସଦସ୍ୟ ପକ୍ଷରୁ ଥାନାରେ ଏହି ଅଭିଯୋଗ କରାଯାଇଛି । ସଂଗଠନର ସଦସ୍ୟ ଅମୀୟ ପଣ୍ଡା କହିଛନ୍ତି, ଓଡିଶା ପୋଲିସ ଉପରେ ନିଜର କ୍ଷୋଭ ପ୍ରକାଶ କରିବାକୁ ଯାଇ ଓଡିଶାକୁ ପାକିସ୍ତାନ ସହ ତୁଳନା ଗ୍ରହଣୀୟ ନୁହେଁ । କେନ୍ଦ୍ରାପଡାର ପୂର୍ବତନ ସାଂସଦଙ୍କ ଏପରି ବିଚାରକୁ କେନ୍ଦ୍ରାପଡାବାସୀ କିମ୍ବା ଓଡିଶା ବାସୀ ଗ୍ରହଣ କରିବେ ନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ