ETV Bharat / city

ସରକାରଙ୍କୁ ଘାରିଛି ଅର୍ଥ ଚିନ୍ତା: କେମିତି ହେବ ଭରଣା, ଖର୍ଚ୍ଚକାଟ ପାଇଁ ଯୋଜନା - financial situation in odisha

କୋରୋନା ପାଇଁ ଅର୍ଥନୀତି ଭୁଶୁଡି ପଡିଥିବା ବେଳେ କିଭଳି ମୁକୁଳିବ ଓଡିଶା ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ସ୍ଥିତି ଏବେ ଯାହା ରହିଛି ଆଗକୁ ଅଧିକ ବିଗିଡିବାର ସମ୍ଭାବନା ରହିଛି ।

ସରକାରଙ୍କୁ ଘାରିଛି ଅର୍ଥ ଚିନ୍ତା: କେମିତି ହେବ ଭରଣା, ଖର୍ଚ୍ଚକାଟ ପାଇଁ ଯୋଜନା

author img

By

Published : Jun 7, 2020, 8:08 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘାରିଛି ଅର୍ଥ ଚିନ୍ତା । କେଉଁଠୁ ଆସିବ ଟଙ୍କା, କେମିତି ଚାଲିବ ଯୋଜନା । କୋରୋନା ପାଇଁ ଅର୍ଥନୀତି ଭୁଶୁଡି ପଡିଥିବା ବେଳେ କିଭଳି ମୁକୁଳିବ ଓଡିଶା ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ସ୍ଥିତି ଏବେ ଯାହା ରହିଛି ଆଗକୁ ଅଧିକ ବିଗିଡିବାର ସମ୍ଭାବନା ରହିଛି । ଏହାରି ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିସାରିଛନ୍ତି କି ଆଉ କୌଣସି ପ୍ୟାକେଜ ଦିଆଯିବ ନାହିଁ । ଯେଉଁ 20 ଲକ୍ଷ କୋଟି ଟଙ୍କା ମିଳିଛି ସେତିକିରେ ସନ୍ତୁଷ୍ଟ ହେବାକୁ ପଡିବ । ତେବେ ଓଡିଶା ଭଳି ପଛୁଆ ରାଜ୍ୟ କିପରି ଆର୍ଥିକ ପରିଚାଳନା କରିବ ତାକୁ ନେଇ ଚାଲିଛି ପ୍ରସ୍ତୁତି ।

ସରକାରଙ୍କୁ ଘାରିଛି ଅର୍ଥ ଚିନ୍ତା: କେମିତି ହେବ ଭରଣା, ଖର୍ଚ୍ଚକାଟ ପାଇଁ ଯୋଜନା

ଖର୍ଚ୍ଚକାଟ ଓ ଅଧିକ ରାଜସ୍ବ ସଂଗ୍ରହ ସରକାରଙ୍କ ପାଖେ ଦୁଇଟି ଅସ୍ତ୍ର ରହିଥିବା ବେଳେ କିଭଳି ଏହାର ମୁକାବିଲା କରିବେ ତାହା ସବୁଠୁ ବଡ଼ ପ୍ରଶ୍ନ । ତେଲେଙ୍ଗାନା,ଦିଲ୍ଲୀ, ମହାରାଷ୍ଟ୍ର, ତ୍ରିପୁରା ଭଳି ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ ଆରମ୍ଭ କରି ଦେଲେଣି । ଆହୁରି ଅନେକ ରାଜ୍ୟ ବିଚାର ବିମର୍ଷ ଚଳାଇଛନ୍ତି । ଏହାରି ଭିତରେ ଟାର୍ଗେଟରେ ରହିଛନ୍ତି ସରକାରୀ କର୍ମଚାରୀ । ମନ୍ତ୍ରୀ, ଆଇଏଏସ ଓ ଆଇପିଏସ ଭଳି ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ଦରମାର 40 ପ୍ରତିଶତ ଅଟକାଇ ରଖିଛନ୍ତି ରାଜ୍ୟ ସରକାର । ତେବେ କର୍ମଚାରୀଙ୍କ ଦରମା କାଟ କରିବା ସପକ୍ଷରେ ନାହାଁନ୍ତି ସରକାର ।

ଅର୍ଥନୀତି ସମୀକ୍ଷକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମତ ହେଲା କର୍ମଚାରୀଙ୍କ ଦରମା କାଟିବା ଠିକ ନୁହେଁ । କାହିଁକି ନା ସେମାନଙ୍କୁ ଅର୍ଥ ଖର୍ଚ୍ଚ କରିବାର ସୁଯୋଗ ବର୍ତ୍ତମାନ ପରିସ୍ଥିତିରେ ଦେବାକୁ ପଡିବ । ଅର୍ଥନୀତି ଚଳଚଂଚଳ କରିବାକୁ ହେଲେ ଏହା ଜରୁରୀ । ଲୋକଙ୍କ କ୍ରୟ ଶକ୍ତି ବଢାଇବାକୁ ପଡିବ। ଯଦି ଏହା ନହୁଏ ବା ଲୋକେ ଟଙ୍କା ଖର୍ଚ୍ଚ ନକରିବେ ତେବେ ସ୍ଥିତି ଆହୁରି ବିଗିଡି ଯିବ । ତେବେ ଅତିରିକ୍ତ ଖର୍ଚ୍ଚ ଯେପରିକି ବିଦେଶ ଗସ୍ତ, ନୂଆ ଗାଡି କିଣିବା, ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ, ଆବଶ୍ୟକ ନଥିବା ଯୋଜନା ବନ୍ଦ କରିବାକୁ ପଡିବ ।

ସେହିପରି ଅର୍ଥନୀତି ସମୀକ୍ଷକ ତ୍ରିନାଥ ଲେଙ୍କା କହିଛନ୍ତି, ବଜାରରେ ଏବେ ନଗଦ ଅର୍ଥ ଆବଶ୍ୟକ । ଲୋକଙ୍କୁ ଅଧିକ ଅର୍ଥ ଦେବାକୁ ପଡିବ, ଆଉ ସେମାନେ ଖର୍ଚ୍ଚ ଯେମିତି ପୂର୍ବଭଳି କରୁଥିଲେ ତାହା କରିବାକୁ ପଡ଼ିବ । ତାହେଲେ ଯାଇ ସ୍ଥିତିରେ ସୁଧାର ଆସିବ । ତେବେ ରାଜ୍ୟ ସରକାରଙ୍କ କ'ଣ ରଣନୀତି ରହିଛି ସେନେଇ କେହି ମୁହଁ ଖୋଲି ନଥିଲେ ବି ଅର୍ଥ ବିଭାଗ ଏନେଇ ଖସଡ଼ା ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.