ETV Bharat / city

Odisha Budget 2022-23: ଆଜି ବିଧାନସଭାରେ ଉପସ୍ଥାପିତ ହେବ କାମଚଳା ବଜେଟ

author img

By

Published : Mar 30, 2022, 9:15 AM IST

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ । ଅଧିକ ପଢନ୍ତୁ

Odisha Budget 2022-23: ଆଜି ଗୃହରେ ଆଗତ ହେବ କାମଚଳା ବଜେଟ

ଭୁବନେଶ୍ବର: ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ ହେବ । ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ କରିବେ । ମୋଟ ବଜେଟର ପରିମାଣ ୧.୦୬ ଲକ୍ଷ କୋଟି ବୋଲି ଜଣାପଡିଛି । ନିର୍ବାଚନ ପାଇଁ ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇପାରୁନଥିବା ବେଳେ ଅର୍ଥମନ୍ତ୍ରୀ କାମଚଳା ବଜେଟ ଆଗତ କରିବେ । ବଜେଟରେ ଭିତ୍ତିଭୂମି, ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ବ ଦିଆଯିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ରବିବାର ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ କାମଚଳା ବଜେଟକୁ ଅନୁମୋଦନ ମିଳିଛି ।

ମଙ୍ଗଳବାର ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ରିପୋର୍ଟରେ ରାଜ୍ୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଅଙ୍କା ଯାଇଛି । ଯେଉଁଥିରେ ଦାବି କରାଯାଇଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶା ୧୦.୧ ପ୍ରତିଶତ ହାରରେ ଉଚ୍ଚ ଅଭିବୃଦ୍ଧି ହାସଲ କରିବ । ଯାହା ଜାତୀୟ ହାର ୮.୮ ପ୍ରତିଶତ ଠାରୁ ଅଧିକ । ଆହୁରିମଧ୍ୟରେ ରିପୋର୍ଟରେ କୁହାଯାଇଛି କି, ଓଡିଶାରେ କୋରୋନା ମହାମାରୀ ପ୍ରଭାବ ହ୍ରାସ ପାଇଛି । ରାଜ୍ୟ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଉଭା ହେବ । ୨୦୨୦-୨୧ ତୁଳନାରେ ୨୦୨୧-୨୨ ବର୍ଷରେ ମୁଣ୍ଡପିଛା ଆୟ ୧୬.୮ ପ୍ରତିଶତ ବଢିବା ଆକଳନ କରାଯାଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟ ମୁଣ୍ଡପିଛା ଆୟ ୧ ଲକ୍ଷ ୨୭ ହଜାର ୩୮୩ ଟଙ୍କା ହେବା ବୋଲି ଆକଳନ ହୋଇଛି । ରିପୋର୍ଟରେ ବେକାରୀ ହାର ମଧ୍ୟ କମିଥିବାର ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.