ଭୁବନେଶ୍ବର: ରସଗୋଲାକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଏହି ବିବାଦରେ ବିଜୟୀ ହୋଇଛି ଓଡିଶା । ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ 'ଓଡ଼ିଶା ରସଗୋଲା'କୁ ଜିଆଇ ମାନ୍ୟତା ଦିଆଯାଇଛି ।
ଦୀର୍ଘ ଦିନରୁ ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଦାବି ହୋଇଆସୁଥିଲା । ଏଥିପାଇଁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଆବେଦନ କରାଯାଇଥିଲା । ସେହିପରି ଓଡିଶା ରସଗୋଲା ନିର୍ମାତା ସଂଘ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ମଧ୍ୟ ଆବେଦନ କରିଥିଲେ । ଯେଉଁ ଆବେଦନକୁ ଗ୍ରହଣ କରାଯାଇଛି ।
ଜିଆଇ ଆବେଦନ ସଂଖ୍ୟା 612 କ୍ଲାସ 29 ଓ 30 ଅଧୀନରେ ଉଲ୍ଲେଖ କରାଯାଇଛି । ଜିଓଗ୍ରାଫିକଲ ଇଣ୍ଡିକେସନ୍ସ ଅଫ ଗୁଡ୍ସ ଆକ୍ଟ1999ରେ ଏହା ଉଲ୍ଲେଖ ରହିଛି । ଏହା ପୂର୍ବରୁ ପଶ୍ଚିମବଙ୍ଗ ରସଗୋଲାକୁ 'ବାଂଲା ରସଗୋଲା' ଭାବେ ଜିଆଇ ମାନ୍ୟତା ମିଳିଥିଲା । ସେପଟେ ଓଡିଶା ରସଗୋଲାର ସ୍ଵତନ୍ତ୍ର ପରିଚୟ ରହିଛି, ଯାହାକୁ ଜିଆଇ ମାନ୍ୟତା ମିଳିବା ଦରକାର ଥିଲା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ତେବେ ଜିଆଇଟ୍ୟାଗ୍ ମିଳିବା ପରେ ଏହା ଆମର ସଂସ୍କୃତି ଓ ପରମ୍ପରାକୁ ଆହୁରି ବୃଦ୍ଧି କରିବ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ଭୁବନେଶ୍ବରର ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ ରାୟ, ଇଟିଭି ଭାରତ