ETV Bharat / city

ଅଗଷ୍ଟ ୮ରୁ ବିଏମସିରେ ଫାଇଲେରିଆ ନିରାକରଣ ଅଭିଯାନ - BMC

ଅଗଷ୍ଟ ୮ରୁ ବିଏମସିରେ ଫାଇଲେରିଆ ନିରାକରଣ ଅଭିଯାନ । ଏହା ମାଧ୍ୟମରେ ସପ୍ତାହେ ବ୍ୟାପୀ ବିଏମସିର ସମସ୍ତ ୬୭ ଟି ୱାର୍ଡର ପ୍ରତି ଘରେ ଘରେ ଫାଇଲେରିଆ ଔଷଧ ବିତରଣ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 27, 2019, 1:54 AM IST

ଭୁବନେଶ୍ବର: ଅଗଷ୍ଟ ୮ରୁ ବିଏମସିରେ ଫାଇଲେରିଆ ନିରାକରଣ ଅଭିଯାନ । ଏହା ମାଧ୍ୟମରେ ସପ୍ତାହେ ବ୍ୟାପୀ ଔଷଧ ବଣ୍ଟନ କରାଯିବ । ଦୀର୍ଘ ମାସେ ଧରି ଏହି ନିରାକରଣ ଅଭିଯାନ ଚାଲିବ । ବିଏମସିର ସମସ୍ତ ୬୭ ଟି ୱାର୍ଡର ପ୍ରତି ଘରେ ଘରେ ଫାଇଲେରିଆ ଔଷଧ, ଡିଇସି ବିତରଣ କରାଯିବ।

ଡିଇସି ବଟିକା ସହିତ ସମସ୍ତଙ୍କୁ ଆଲବେଣ୍ଡାଜଲ ବଟିକା ଦିଆଯିବ । ଆଶାକର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବେ । ସରକାରଙ୍କ ପକ୍ଷରୁ ବଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗର୍ଭବତୀ ମହିଳା, ୨ ବର୍ଷରୁ କମ୍‌ ବୟସର ଶିଶୁ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଏହି ବଟିକା ଖାଇବାକୁ ଦିଆଯିବ ନାହିଁ । ବିଏମସି କର୍ମଚାରୀ, ଆଶାକର୍ମୀ, ଅଙ୍ଗନୱାଡି ଓ ସ୍ବେଚ୍ଛାସେବୀ ମାନଙ୍କୁ ଏହି କାମରେ ନିୟୋଜିତ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଲୋକମାନେ ଫାଇଲେରିଆ ଔଷଧ ବହୁତ କମ ସେବନ କରୁଛନ୍ତି ତେଣୁ ସଚେତନତା ଆଧାରରେ ଯେପରି ଅଧିକ ଲୋକ ଏହି ବଟିକା ସେବନ କରିବେ ସେନେଇ ଏ କାର୍ଯ୍ୟକ୍ରମ ହେଉଥିବା ବିଏମସି ଅତିରିକ୍ତ କମିଶନର ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

ଦୀର୍ଘ ୧୫ ବର୍ଷ ହେଲା ରାଜ୍ୟରେ ଏହି ନିରାକରଣ କାର୍ଯ୍ୟକ୍ରମ ଚାଲିଛି । ତେବେ ଚଳିତ ବର୍ଷ ରାଜ୍ୟର ଫାଇଲେରିଆ ପ୍ରବଣ 5ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଢେଙ୍କାନାଳ, ବାଲେଶ୍ବର ଓ ନୂଆପଡାରେ ଏହି ଅଭିଯାନ ଚାଲିବ ।

ସୂଚନା ଥାଉକି, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଡିଇସି ଏବଂ କୃମିନାଶକ ଔଷଧର ସେବନ ବଣ୍ଟନ ତୁଳନାରେ କମ ରହିଛି । ବଣ୍ଟନ ହାର 95 ପ୍ରତିଶତ ଥିବାବେଳେ ସେବନ ହାର 67 ପ୍ରତିଶତ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଅଗଷ୍ଟ ୮ (ଗୁରୁବାର)ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ,ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହେବ।

Body:ଅଗଷ୍ଟ ୮ ତାରିଖରୁ ବିଏମସି ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହେବ।ଅଗଷ୍ଟ ୮ ତାରିଖରୁ ସପ୍ତାହେ ବ୍ୟାପି ଔଷଧ ବଣ୍ଟନ କରାଯିବ।ଦୀର୍ଘ ମାସେ ଧରି ଏହି ନିରାକରଣ ଅଭିଯାନ ଚାଲିବ।ବିଏମସି ସମସ୍ତ ୬୭ ଟି ୱାର୍ଡରେ ଫାଇଲେରିଆ ଔଷଧ ,ଡିଇସି ପ୍ରତି ଘରେ ଘରେ ବିତରଣ କରାଯିବ।ଏହି ଦିନ ସମସ୍ତେ ଡିଇସି ବଟିକା ସହିତ ଆଲବେଣ୍ଡାଜଲ ବଟିକାର ଖାଇବେ।ଆଶାକର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାର ପ୍ରତ୍ୟକ ସଦସ୍ୟ ଙ୍କ ବୟସ ଅନୁପାତରେ ବଟିକା ଖୁଆଇବେ।ଏହି ବଟିକା ଖାଦ୍ୟ ଖାଇସାରିବା ପରେ ଖାଇବେ।ସରକାରଙ୍କ ପକ୍ଷରୁ ବଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ।କେବଳ ଗର୍ଭବତୀ ମହିଳା,୨ ବର୍ଷରୁ କମ ବୟସର ଶିଶୁ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଏହି ବଟିକା ଖାଇବାକୁ ଦିଆଯିବ ନାହିଁ।

ବିଏମସି ଅଞ୍ଚଳରେ ଅଗଷ୍ଟ ୮ ତାରିଖରୁ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହେବ।ବିଏମସି କର୍ମଚାରୀ,ଆଶାକର୍ମୀ,ଅଙ୍ଗନବାଡି,ସ୍ବେଚ୍ଛାସେବୀ ମାନଙ୍କୁ ଏ କାମରେ ନିୟୋଜିତ କରାଯିବ।ସେମାନେ ଘରେ ଘରେ ବୁଲି ଲୋକଙ୍କୁ ବଟିକା ଖୁଆଇବେ।ଖୋର୍ଦ୍ଧା ଜିଲ୍ଲାରେ ଫାଇଲେରିଆ ଔଷଧ ବହୁତ କମ ସେବନ କରୁଛନ୍ତି ତେଣୁ ସଚେତନତା ଆଧାରରେ ଯେପରି ବେସି ଲୋକ ଏହି ବଟିକା ସେବନ କରିବେ ସେ ନେଇ ସମସ୍ତଙ୍କ ପୂର୍ଣ ସହଯୋଗ ଆଶା କରୁଛି ବୋଲି ବିଏମସି ଅତିରିକ୍ତ କମିଶନର ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି।

ଦୀର୍ଘ ୧୫ ବର୍ଷ ହେଲା ରାଜ୍ୟରେ ଏ ନିରାକରଣ କାର୍ଯ୍ୟକ୍ରମ ଚାଲିଛି।ଅଗଷ୍ଟ ୮ ତାରିଖରୁ ବିଏମସି ଅଞ୍ଚଳରେ ଥିବା ୨୨ ଟି ଅର୍ବାନ ୟୁପିଏଚସି ଏବଂ ୬୧ ଟି ବସ୍ତିରେ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ,ଆଶାକର୍ମୀ,ଅଙ୍ଗନବାଡି କର୍ମୀ ସମସ୍ତଙ୍କ ମିଳିତ ଉଦ୍ୟମରେ ବଟିକା ବିତରଣ ଓ ସେବନ କାର୍ଯ୍ୟକ୍ରମ ଚାଲିବ।ସମସ୍ତ ୬୭ ଟି ୱାର୍ଡରେ ସତପ୍ରତିଶତ ଔଷଧ ସେବନ କରିବେ ସେ ଦିଗରେ ସଚେତନତା କରାଯିବ ଏବଂ ଇ ଅଭିଯାନ ସଫଳ ହେବ ବୋଲି ପିସିଆଇର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

Conclusion:ଫାଇଲେରିଆ ନିରାକରଣ ଅଭିଯାନ ଏବେ ୫ ଟି ଜିଲ୍ଲା ଖୋର୍ଦ୍ଧା,କଟକ,ଢେଙ୍କାନାଳ,ବାଲେଶ୍ୱର ଏବଂ ନୂଆପଡାରେ ଚାଲିବ।ଯେହେତୁ ଏହି ଜିଲ୍ଲା ଗୁଡିକ ଫାଇଲେରିଆ ପ୍ରବଣ ଜିଲ୍ଲା ତେଣୁ ଏଠି ନିରାକରଣ ଅଭିଯାନ ଚାଲିବ,ସମସ୍ତ ଜନସାଧାରଣଙ୍କୁ ଔଷଧ ବା ଡିଇସି ଓ ଆଲବେଣ୍ଡାଜୋଲ ସେବନ କରିବାକୁ ଦିଆଯିବ।ଏହି ଜିଲ୍ଲାଗୁଡିକରେ ଫାଇଲେରିଆ ନିରାକରଣ ଅଭିଯାନ ଅଗଷ୍ଟ ୮ ରୁ ଆରମ୍ଭ ହେବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.