ETV Bharat / city

tokyo olympics: ବିଭୁ କଲ୍ୟାଣ ପ୍ରଥମ ଭାରତୀୟ ସିନିୟର ମେଡିକାଲ ଅଫିସର ନିଯୁକ୍ତ

ପୁଣି ଜଣେ ଓଡ଼ିଆଙ୍କ ସଫଳତା । ଅଲମ୍ପିକରେ ଭାରତର ପ୍ରଥମ ମେଡିକାଲ ଅଫିସର ହେଲେ ଡ.ବିଭୁ କଲ୍ୟାଣ ନାୟକ । ଅଧିକ ପଢନ୍ତୁ...

author img

By

Published : Jun 22, 2021, 8:40 PM IST

Tokio olympic
ପ୍ରଥମ ଭାରତୀୟ ସିନିୟର ମେଡିକାଲ ଅଫିସର ନିଯୁକ୍ତ ହେଲେ ବିଭୁ କଲ୍ୟାଣ

ଭୁବନେଶ୍ବର: ପୁଣି ଜଣେ ଓଡ଼ିଆଙ୍କ ସଫଳତା । ଭାରତ ପାଇଁ ଓଡ଼ିଆ ପୁଅ ଆଣିଲେ ଗୌରବ । ନିଯୁକ୍ତି ପାଇଲେ FIH ଅଲମ୍ପିକର ସ୍ବାସ୍ଥ୍ୟ ଅଧିକାରୀ ଭାବରେ । ସେ ପୂର୍ବରୁ ଏକାଧିକ ଅନ୍ତର୍ଜାତିକ ହକି ପ୍ରତିଯୋଗିତାରେ ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ।

ଓଡିଆ ପୁଅଙ୍କୁ ବଡ ଦାୟିତ୍ବ । ଟୋକିଓ ଅଲମ୍ପିକରେ ଫେଡେରେସନ ଅଫ ଇଣ୍ଡିଆନ ହକି ପକ୍ଷରୁ ପ୍ରଥମ ଭାରତୀୟ ସିନିୟର ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ବିଭୁ କଲ୍ୟାଣ ନାୟକ । 2018 ହକି ବିଶ୍ବକପରେ ମଧ୍ୟ ସେ FIHର ସ୍ବାସ୍ଥ୍ୟ ଅଧିକାରୀ ଥିଲେ । ଗତ ବର୍ଷ ହିଁ ଏଫଆଇଏଚ (FIH)ର ତାଙ୍କୁ ଟୋକିଓ ଅଲମ୍ପିକର ସ୍ବାସ୍ଥ୍ୟ ଅଧିକାରୀ ଘୋଷଣା କରିଥିଲା । କିନ୍ତୁ ଚଳିତ ବର୍ଷ ଟୋକିଓ ଅଲମ୍ପିକ ଘୁଞ୍ଚିବା ପରେ ବି ସେ ନିଜ ପଦ ବଞ୍ଚାଇ ରଖିଛନ୍ତି । ବିଭୁ କଲ୍ୟାଣ ସ୍ପୋର୍ଟସ ମେଡ଼ିସିନରେ ଦୀଘ ଦିନର ଅଭିଜ୍ଞତା ରହିଛି । ପୂର୍ବରୁ ମଧ୍ୟ ସେ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରି ସାରିଛନ୍ତି ।

tokyo olympics: ବିଭୁ କଲ୍ୟାଣ ପ୍ରଥମ ଭାରତୀୟ ସିନିୟର ମେଡିକାଲ ଅଫିସର ନିଯୁକ୍ତ

ତାଙ୍କର ଏହି ସଫଳତାରେ ସାରା ପରିବାର ଖୁସି ବ୍ୟକ୍ତ କରିଛନ୍ତି । ବାପା ମା ତାଙ୍କର ଏହି ସଫଳତା ରେ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ପିଲା ବେଳୁ ଭଲ ପାଠ ପଢିବା ସହ ତାଙ୍କ ପରିଶ୍ରମ ଆଜି ତାଙ୍କୁ ଅଲମ୍ପିକରେ ନେଇ ପହଞ୍ଚାଇଛି । ଏହା ସାରା ଦେଶ ପାଇଁ ଗର୍ବର ବିଷୟ । ପ୍ରଥମ ଭାରତୀୟ, ତା ସହ ପ୍ରଥମ ଓଡ଼ିଆ ଭାବେ ସେ ସାରା ଦେଶ ପାଇଁ ଆଣିଛନ୍ତି ଗୌରବ ।

ସୂଚନାଥାଉକି ଭାରତୀୟ ସେନାରେ ଜଣେ ସେନା ଅଧିକାରୀ ଭାବରେ ଯୋଗଦେଇଥିଲେ । ଏହାପରେ ସେ 2009ରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ ସହିତ ଜଡିତ ହୋଇଥିଲେ । ଏହା ସହ 2010 ହକି ବିଶ୍ବକପ, 2010 କମନୱେଲଥ୍ ଗେମ, 2010 ଏସିଆନ ଗେମସ, 2012 ଲଣ୍ଡନ ଅଲମ୍ପିକ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ଡାକ୍ତର ଭାବରେ ଦାୟିତ୍ବ ତୁଲାଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.