ETV Bharat / city

କଂଗ୍ରେସ ଭବନରେ ଫୁଟିଲା ବୋମା, ଅନେକ କର୍ମୀ ଆହତ - କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ

କଂଗ୍ରେସ ଭବନରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ମୁହାଁମୁହିଁ । ଦଳୀୟ କନ୍ଦଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ(Two groups clash of congress worker) ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଦଳୀୟ କନ୍ଦଳକୁ ନେଇ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ, ଅନେକ କର୍ମୀ ଆହତ

author img

By

Published : Jan 9, 2022, 8:08 AM IST

Updated : Jan 9, 2022, 10:35 AM IST

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ(congress bhawan)। ଦଳୀୟ କନ୍ଦଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ(Two groups clash of congress worker)। କଂଗ୍ରେସ ଭବନରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ମାରପିଟ ସହ ଗାଡି ଭଙ୍ଗାରୁଜା କରିଛନ୍ତି। ଏଥିରେ ଉଭୟ ପକ୍ଷର ଅନେକ କର୍ମୀ ଆହତ ହୋଇଛନ୍ତି। ଏପରିକି ଅନେକ କର୍ମୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଗୋଷ୍ଠୀର ଆକ୍ରମଣରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି।

କଂଗ୍ରେସ ଭବନରେ ଫୁଟିଲା ବୋମା, ଅନେକ କର୍ମୀ ଆହତ

ସୂଚନାମୁତାବକ, ଗୋଟିଏ ଗୋଷ୍ଠୀ ବିଳମ୍ବିତ ରାତିରେ 3ଟି ପେଟ୍ରୋଲ ବୋମା ଫିଙ୍ଗିଥିବା ଜଣାପଡିଛି। ଫଳରେ କଂଗ୍ରେସ ଭବନରେ ନିଆଁ ଲାଗି ଯାଇଥିଲା। ସୂଚନାପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଭବନରେ ଗଣ୍ଡଗୋଳ ହୋଇଛି। ପୁରାତନ ତଥା ଜାତୀୟ ଦଳ କଂଗ୍ରେସରେ ଗୋଷ୍ଠୀକନ୍ଦଳ ଓ ଗଣ୍ଡଗୋଳ ଯେମିତି ସାଧାରଣ କଥାରେ ପରିଣତ ହୋଇଗଲାଣି । ଭବନର ସୁରକ୍ଷାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 9, 2022, 10:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.