ETV Bharat / city

'ଭାରତୀୟ ନାରୀମାନେ ସର୍ବଦା ବିଶ୍ବ ପାଇଁ ଉଦାହରଣ ଯୋଗ୍ୟ'

author img

By

Published : Dec 4, 2019, 3:20 PM IST

ରମାଦେବୀ ବିଶ୍ବବିଦ୍ୟାଳୟର 5ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । ବିଶ୍ବବିଦ୍ୟାଳୟ ପାଇଁ ନିର୍ମିତ ହୋଇଥିବା ନୂତନ ପ୍ରଶାସନିକ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି ।

fifth foundation day of ramadevi university
ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର : ବିଗତ 2015 ମସିହାରେ ରମାଦେବୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହା ପଞ୍ଚମ ବର୍ଷରେ ପଦାର୍ପଣ କରିବା ଅବସରରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବକୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ଉଦଘାଟନ କରିଛନ୍ତି । ବିଶ୍ବବିଦ୍ୟାଳୟ ପାଇଁ ନିର୍ମିତ ହୋଇଥିବା ପ୍ରଶାସନିକ ଭବନକୁ ମଧ୍ୟ ରାଜ୍ୟପାଳ ଉଦଘାଟନ କରିଛନ୍ତି ।

ଏହି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ଉଦବୋଧନ ଦେଇ ଭାରତୀୟ ନାରୀମାନେ ସର୍ବଦା ବିଶ୍ଵପାଇଁ ଉଦାହରଣ ଯୋଗ୍ୟ ବୋଲି କହିଛନ୍ତି । ପ୍ରତିଷ୍ଠା ଦିବସ ଅର୍ଥ ନିଜର ଶିକ୍ଷାକୁ ସମାଜ ଓ ସାଧାରଣ ଲୋକଙ୍କ ପାଇଁ ବିନିଯୋଗ ଓ ପ୍ରସାର କରିବାପାଇଁ ପ୍ରେରିତ କରିବାର ଏକ ମାଧ୍ୟମ ଅଟେ । ଏହି ଅବସରରେ ସେ ପରୋକ୍ଷରେ ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଉଲ୍ଲେଖ କରିବା ସହିତ ଦୁଷ୍ଟ ମାନଙ୍କୁ ଦଣ୍ଡିତ କରିବାର ପ୍ରଥା ପୂର୍ବରୁ ନିର୍ଦ୍ଧାରିତ ହୋଇଅଛି ବୋଲି କହିଛନ୍ତି । ତେବେ ସମାଜରେ ଝିଅ ମାନେ କାହାପ୍ରତି ଆକୃଷ୍ଟ ନ ହୋଇ ଅନ୍ୟମାନଙ୍କୁ ନିଜ ବିଦ୍ୟା ଓ ବୁଦ୍ଧି ଦ୍ବାରା ଆକର୍ଷିତ କରିବାକୁ ପରାମର୍ଶ ଦେଇଛନ୍ତି।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ସେହିପରି ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଯୋଗ ଦେଇ ପିଲାମାନଙ୍କୁ ପାଠ୍ୟ ବିଷୟ ସହିତ ଅନ୍ୟାନ୍ୟ ବ୍ୟବହାରିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବିଶ୍ବବିଦ୍ୟାଳୟ ରାଜ୍ୟ ସମେତ ରାଜ୍ୟ ବାହାରର ବିଦ୍ୟାର୍ଥୀମାନଙ୍କୁ ଏଠାରେ ପଢିବାକୁ ଆକର୍ଷିତ କରୁଥିବାବେଳେ ସେମାନେ ନିଜ ନିଜ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ହାସଲ କରିବା ସହିତ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମ ଦେଶରେ ଗବେଷଣା କ୍ଷେତ୍ରରେ ଖୁବ କମ ଛାତ୍ରଛାତ୍ରୀ ମନୋନିବେଶ କରୁଥିବାବେଳେ ସେ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପ୍ରଯତ୍ନ ହେଉଥିବା କହିଛନ୍ତି । ସେହିପରି ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ବିଭିନ୍ନ ପ୍ରକାର ସଂସ୍କାର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି।ଯାହାକି ଆଗାମୀ ଦିନରେ ରାଜ୍ୟର ଶିକ୍ଷାକ୍ଷେତ୍ରକୁ ଏକ ନୂତନ ଦିଶା ଦେବ ବୋଲି ସେ କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ ବିଶ୍ବବିଦ୍ୟାଳୟର ଦୁଇଟି ପତ୍ରିକା ଉନ୍ମୋଚନ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର,କୁଳ ସଚିବ ଇତିଶ୍ରୀ ଦାସ,ସ୍ନାତକୋତ୍ତର ପରିଷଦର ଅଧକ୍ଷ୍ୟା ଡ଼ ସରିତା ସୁପକାର ପ୍ରମୁଖ ଉପସ୍ଥିତ ରହି ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବିଗତ 2015 ମସିହାରେ ରମାଦେବୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା।ଆଜି ଏହା ପଞ୍ଚମ ବର୍ଷରେ ପଦାର୍ପଣ କରିବା ଅବସରରେ ପଦାର୍ପଣ କରିଥିବାବେଳେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବକୁ ମାନ୍ୟବର ରାଜ୍ୟପାଳ ଗଣେଶି ଲାଲ ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମିତ ହୋଇଥିବା ପ୍ରଶାସନିକ ଭବନ କୁ ମଧ୍ୟ ରାଜ୍ୟପାଳ ଉଦ୍ଘାଟନ କରିଛନ୍ତି।

Body:ଆଜିର ଏହି ପୁଣ୍ୟ ଅବସରରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଭାରତୀୟ ନାରୀମାନେ ସର୍ବଦା ବିଶ୍ଵପାଇଁ ଉଦାହରଣ ଯୋଗ୍ୟ ବୋଲି କହିଛନ୍ତି।ସେମାନଙ୍କ ବିଦ୍ୟା,ବୁଦ୍ଧି,ସୌନ୍ଦର୍ଯ୍ୟ ,ଗାରିମା ସବୁବେଳେ ସବୁକ୍ଷେତ୍ରରେ ପ୍ରାଚୀନ କାଳରୁ ବନ୍ଦନୀୟ।ଶିକ୍ଷା ନିଜକୁ ନିଜେ ତିଆରି କରିବାର ଏକ ପ୍ରକ୍ରିୟା ,ଆଉ ପ୍ରତିଷ୍ଠା ଦିବସ ଅର୍ଥ ନିଜର ଶିକ୍ଷା କୁ ସମାଜ ଓ ସାଧାରଣ ଲୋକଙ୍କ ପାଇଁ ବିନିଯୋଗ ଓ ପ୍ରସାର କରିବାପାଇଁ ପ୍ରେରିତ କରିବାର ଏକ ମାଧ୍ୟମ ଅଟେ।ଏହି ଅବସରରେ ସେ ପରୋକ୍ଷରେ ଦେଶରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚର ବିଷୟରେ ଉଲ୍ଲେଖ କରିବା ସହିତ ଦୁଷ୍ଟ ମାନଙ୍କୁ ଦଣ୍ଡିତ କରିବାର ପ୍ରଥା ପୂର୍ବରୁ ନିର୍ଦ୍ଧାରିତ ହୋଇ ଅଛି ବୋଲି ସେ କହିଛନ୍ତି।ତେବେ ଆଜିକା ସମାଜରେ ଝିଅ ମାନେ କାହାପ୍ରତି ଆକୃଷ୍ଟ ନ ହୋଇ ଅନ୍ୟମାନଙ୍କୁ ନିଜ ବିଦ୍ୟା ଓ ବୁଦ୍ଧି ଦ୍ୱାରା ଆକର୍ଷିତ କରିବାକୁ ପରାମର୍ଶ ଦେଇଛନ୍ତି।
ସେହିପରି ଆଜିର ଉତ୍ସବରେ ସମ୍ମାନିତ ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଯୋଗ ଦେଇ ପିଲାମାନଙ୍କୁ ପାଠ୍ୟ ବିଷୟ ସହିତ ଅନ୍ୟାନ୍ୟ ବ୍ୟବହାରିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ।ଏହି ବିଶ୍ୱ ବିଦ୍ୟାଳୟ ରାଜ୍ୟ ସମେତ ରାଜ୍ୟ ବାହାରର ବିଦ୍ୟାର୍ଥୀମାନଙ୍କୁ ଏଠାରେ ପଢିବାକୁ ଆକର୍ଷିତ କରୁଥିବାବେଳେ ସେମାନେ ନିଜ ନିଜ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ହାସଲ କରିବା ସହିତ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ହେବାକୁ ପରାମର୍ଶ ଦେଇଛନ୍ତି।ସେହିପରି ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମ ଦେଶରେ ଗବେଷଣା କ୍ଷେତ୍ରରେ ଖୁବ କମ ଛାତ୍ରଛାତ୍ରୀ ମନୋନିବେଶ କରୁଥିବାବେଳେ ସେ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପ୍ରାଯତ୍ନ ହେଉଥିବା ସେ କହିଛନ୍ତି।ସେହିପରି ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ବିଭିନ୍ନ ପ୍ରକାର ସଂସ୍କାର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି।ଯାହାକି ଆଗାମୀ ଦିନରେ ରାଜ୍ୟର ଶିକ୍ଷାକ୍ଷେତ୍ରକୁ ଏକ ନୂତନ ଦିଶା ଦେବ ବୋଲି ସେ କହିଛନ୍ତି।
ଆଜିର ଏହି ଅବସରରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ଦୁଇଟି ପତ୍ରିକା ଉନ୍ମୋଚନ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର,କୁଳ ସଚିବ ଇତିଶ୍ରୀ ଦାସ,ସ୍ନାତକୋତ୍ତର ପରିଷଦର ଅଧକ୍ଷ୍ୟା ଡ଼ ସରିତା ସୁପକାର ପ୍ରମୁଖ ଉପସ୍ଥିତ ରହି ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।
ବାଇଟ-ଅରୁଣ ସାହୁ,ମନ୍ତ୍ରୀ,
ବାଇଟ-ପଦ୍ମଜା ମିଶ୍ର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.