ETV Bharat / city

ଆଜିଠୁ ପାର୍ବଣ ଗାଇଡଲାଇନ ଲାଗୁ, ବାଣ ବିକ୍ରି ମନା - ଗାଇଡଲାଇନ

ଆଜିଠୁ ରାଜ୍ୟରେ ଲାଗୁ ହେଲା ଅକ୍ଟୋବର ଗାଇଡଲାଇନ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାରେ ଫୁଟିବନି ବାଣ । ସହରାଞ୍ଚଳଗୁଡିକରେ ସେପ୍ଟେମ୍ବର ମାସ ପରି ରାତ୍ରିକାଳୀନ କର୍ଫ୍ୟୁ ରହିବ ବଳବତ୍ତର । ଅଧିକ ପଢନ୍ତୁ...

ଆଜିଠୁ ଲାଗୁ ହେବ ନୂଆ ଗାଇଡଲାଇନ, ବାଣକୁ ନା
ଆଜିଠୁ ଲାଗୁ ହେବ ନୂଆ ଗାଇଡଲାଇନ, ବାଣକୁ ନା
author img

By

Published : Oct 1, 2021, 9:36 AM IST

Updated : Oct 1, 2021, 10:04 AM IST

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେଲା ନୂଆ ଗାଇଡଲାଇନ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାରେ ଫୁଟିବନି ବାଣ । କୋରୋନା ସଂକ୍ରମଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ସରକାର । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ କୋଭିଡ ପ୍ରସାରକୁ ଆଖି ଆଗରେ ରଖି ଅକ୍ଟୋବର ମାସ ପାଇଁ ଏପରି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୧ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।

ଆଗକୁ ଦଶହରା ଏବଂ ଦୀପାବଳି ଭଳି ଦୁଇଟି ବଡ ପର୍ବ ଆସୁଛି । ଦଶହରାରେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଓ ବିସର୍ଜନ ସମୟରେ ଅଧିକ ବାଣ ଫୁଟିବାର ଦେଖାଯାଏ । ସେହିପରି ଦୀପାବଳି ଆସୁଥିବାରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ନିଷେଧ ଘୋଷଣା କରିଛନ୍ତି ।

ସହରାଞ୍ଚଳଗୁଡିକରେ ରାତ୍ରିକାଳୀନ କର୍ଫ୍ୟୁ ସେପ୍ଟେମ୍ବର ମାସ ପରି ରହିବ । ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ନଜରରେ ରଖି ନାଇଟ କର୍ଫ୍ୟୁ କଡାକଡି କରାଯାଇଛି । ସାରା ରାଜ୍ୟର ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ହେବାକୁ ଥିବାବେଳେ ଭୁବନେଶ୍ବର ଓ କଟକରେ ଅକ୍ଟୋବର ୧୧ରୁ ସକାଳ ରାତି ୮ଟାରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପୂର୍ବଭଳି ବନ୍ଦ ରହିବ । ବିବାହରେ ମଧ୍ୟ ସେପ୍ଟେମ୍ବରରେ ଥିବା ଗାଇଡଲାଇନ ଯେପରି, ବିବାହରେ ୨୫୦ ଜଣକୁ ଅନୁମତି ମିଳିଥିବା ବେଳେ ବିବାହ ଶୋଭାଯାତ୍ରାରେ ମାତ୍ର ୫୦ ଜଣକୁ ଅନୁମତି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2021, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.