ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ମହିଳାଙ୍କ ସନ୍ତାନ ଜନ୍ମ ହାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ 1992-93ରେ ମହିଳାଙ୍କ ପ୍ରଜନନ ହାର 2.92 ପ୍ରତିଶତ ରହିଥିବା ବେଳେ 2019-21 ରେ ଏହା କମି 1.8 ପ୍ରତିଶତରେ ପହଞ୍ଚିଛି । ଓଡ଼ିଶା ନୁହେଁ ସମଗ୍ର ବିଶ୍ଵରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
ଏହି ସଂଖ୍ୟା 1998-99 ରେ ଥିଲା 2.5 ପ୍ରତିଶତ, 2005-06 ରେ 2.4%, 2015-16 ରେ ଥିଲା 2.5 ପ୍ରତିଶତ। ଅର୍ଥାତ ଏହି ତଥ୍ୟ ଅନୁସାରେ ବର୍ଷକୁ ବର୍ଷ ଶିଶୁ ଜନ୍ମ ହ୍ରାସ ପାଉଛି। ନିଃସନ୍ତାନ ହୋଇ ସ୍ବାଧୀନ ଜୀବନ ବଞ୍ଚିବା ପାଇଁ ଆଗ୍ରହ କରନ୍ତି । 72 ପ୍ରତିଶତ ବିବାହିତା ମହିଳା ଏବଂ 15ରୁ 49 ବର୍ଷୀୟ 70 ପ୍ରତିଶତ ପୁରୁଷ ସନ୍ତାନ ଚାହୁଁନାହାନ୍ତି । 15 ରୁ 19 ବର୍ଷୀୟା 8 ପ୍ରତିଶତ କିଶୋରୀ ପ୍ରଥମ ସନ୍ତାନର ମା' ହେଉଥିବା ସର୍ଭେରୁ ଜଣାପଡ଼ିଛି । ଏଥିମଧ୍ୟରେ ସ୍କୁଲ ଯାଉନଥିବା 24 ପ୍ରତିଶତ ଛାତ୍ରୀ ରହିଛନ୍ତି । ଉଭୟ ପୁରୁଷ ଏବଂ ମହିଳାଙ୍କ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି ।
କିନ୍ତୁ ଆଜି ବି ମାତ୍ର 0.3 ପ୍ରତିଶତ ପୁରୁଷ ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ କରୁଛନ୍ତି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି ଯେ ପୁରୁଷଙ୍କ ପ୍ରଜନନ କ୍ଷମତା ହାର ହ୍ରାସ ହେବାର କାରଣ ଧୂମପାନ, ନିଶାଦ୍ରବ୍ୟର ମାତ୍ରାଧିକ ବ୍ୟବହାର, ମାନସିକ ଚାପ । କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ଵରେ ଏଭଳି ସ୍ଥିତି ହେଉଛି। ମହିଳାଙ୍କ ପ୍ରଜନନ ହାର ହ୍ରାସ ପାଇବାର କାରଣ ହେଲା ଜୀବନଶୈଳୀ, ଜଳବାୟୁ ପରିବର୍ତ୍ତନ, ମିସ୍କ୍ୟାରେଜ୍ ବା ଅସୁରକ୍ଷିତ ଗର୍ଭପାତ ବଡ଼ ସମସ୍ୟା ହେବାରେ ଲାଗିଛି । ଗର୍ଭପାତ ବଟିକା ବିଭିନ୍ନ ମେଡିକାଲ ଷ୍ଟୋରରେ ଉପଲବ୍ଧ ହେଉଛି ।
ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ଗ୍ରହଣ କରୁଛନ୍ତି ଅନେକ ମହିଳା । ଯେଉଁଥିପାଇଁ ଅନେକ ସମୟରେ ଏଭଳି ସମସ୍ୟା ଦେଖାଯାଉଛି । ଯାହା ଉଭୟ ମହିଳା, ପୁରୁଷଙ୍କ ପାଇଁ ବିପଦର କାରଣ ହେଉଛି । ନିଃସନ୍ତାନ ହୋଇ ସ୍ବାଧୀନ ଭାବରେ ଜୀବନ ବଞ୍ଚିବା ପାଇଁ ଆଗ୍ରହ କରନ୍ତି । ବର୍ତ୍ତମାନ ସମୟରେ ଉଭୟ ମହିଳା ଓ ପୁରୁଷ ଦୁଇରୁ କମ ସନ୍ତାନ ଚାହୁଁଛନ୍ତି ବୋଲି କହିଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ