ETV Bharat / city

'ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ହେଲେ ଶୋଷଣର ଶିକାର ହେବେ ଚାଷୀ' - ଅତ୍ୟାବଶ୍ୟକ ସାମଗ୍ରୀ ଆଇନ

ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ଗ୍ରୀନ ସିଗନାଲ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଇନରେ ସଂଶୋଧନ ହେଲେ ଚାଷୀ ଶୋଷଣର ଶିକାର ହେବେ ବୋଲି କହିଛନ୍ତି ରଣେନ୍ଦ୍ର । ଅଧିକ ପଢନ୍ତୁ...

'ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଶୋଧନ ହେଲେ ଶୋଷଣର ଶିକାର ହେବେ ଚାଷୀ'

author img

By

Published : Jun 4, 2020, 7:38 PM IST

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ଗ୍ରୀନ ସିଗନାଲ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଚାଷୀମାନେ ବଡ ବଡ ବ୍ୟବସାୟୀଙ୍କ ଶୋଷଣର ଶିକାର ହୋଇପାରନ୍ତି ବୋଲି କହିଛନ୍ତି ରଣେନ୍ଦ୍ର ।

'ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଶୋଧନ ହେଲେ ଶୋଷଣର ଶିକାର ହେବେ ଚାଷୀ'

ରଣେନ୍ଦ୍ର ପ୍ରତାପ କହିଛନ୍ତି ଯେ ଗତ ମେ 16ରେ ଏହି ଆଶଙ୍କାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । କେନ୍ଦ୍ରରୁ ଫାଇନ ପ୍ରିଣ୍ଟ ଆସିଲେ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । ଚାଷ ଓ ଚାଷୀ ହେଉଛି ରାଜ୍ୟ ପ୍ରସଙ୍ଗ। ଚାଷୀଙ୍କ ଆୟ ବୃଦ୍ଧି ଏବଂ ଖାଉଟିମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର। ତେବେ ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ଦେଲେ ସରକାରଙ୍କ ହାତରୁ ଦର ଦାମ ଉପରେ କଣ୍ଟ୍ରୋଲ ଚାଲିଯିବ । କର୍ପୋରେଟ ହାଉସଗୁଡିକ ଦ୍ବାରା ଶୋଷଣର ଶିକାର ହେବେ ଚାଷୀ । ଲାଭଖୋର ବଡବଡ ବ୍ୟବସାୟୀଙ୍କ ହାତରେ ରହିବ ଦରଦାମର । ଉଚିତ ଦର ମିଳିବା ନେଇ ମଧ୍ୟ ଅଶଙ୍କା ଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଏହି ଆଇନକୁ ଯଦି ଆବଶ୍ୟକ ସାମଗ୍ରୀ ଆଇନ ସହ ଯୋଡିକରି ଦେଖାଯାଏ, ତେବେ ବଜାରରେ ବଡ ବ୍ୟବସାୟୀ ଏକ ଚାଟିଆ ଅଧିକାର ସାବ୍ୟସ୍ତ କରିବେ । ଯାହା ଫଳରେ ଛୋଟ ଛୋଟ ଚାଷୀମାନେ ନିଜର ବାର୍ଗେନିଂ ପାୱାର ହରାଇ ପାରନ୍ତି । ଛଅଟି ଅତ୍ୟାବଶ୍ୟକ ସାମଗ୍ରୀକୁ ଇସିଏରୁ ବାଦ ଦେବା ଫଳରେ ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରକାରର କ୍ଷମତା ରହିବ ନାହିଁ । ଏଥିପାଇଁ କୌଣସି ବେପାରୀ ଏହିସବୁ ସାମଗ୍ରୀ ମହଜୁଦ କରି ରଖିଲେ ମଧ୍ୟ ରାଜ୍ୟ ସରକାର କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ କରିପାରିବେ ନାହିଁ । ଏହି ସବୁ ସାମଗ୍ରୀର ଅବାଧ ରାପ୍ତାନୀ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଥିବାରୁ ମୂଲ୍ୟବୃଦ୍ଧି ହେବା ପ୍ରାୟ ନିଶ୍ଚିତ ବୋଲି ରଣେନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.