ETV Bharat / city

ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ: ପ୍ରଦୀପ ପୁରୋହିତ

ରାଜ୍ୟରେ ରବି ଧାନ କିଣାବିକାରେ ହେଉଛି ବ୍ୟାପକ ଅବ୍ୟବସ୍ଥା । ବାଧ୍ୟ ହୋଇ ଚାଷୀ ଖୋଲା ବଜାରରେ ୧୧୦୦ ଟଙ୍କାରେ ଧାନ ବିକ୍ରି କରୁଛନ୍ତି । ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଅଧିକ ପଢନ୍ତୁ..

author img

By

Published : Jun 5, 2021, 9:23 PM IST

farmers-issue
Registration କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ରବି ଧାନ କିଣାବିକାରେ ହେଉଛି ବ୍ୟାପକ ଅବ୍ୟବସ୍ଥା । ଚାଷୀଙ୍କ ଟୋକନ ଲାପ୍ସ କରାଯାଉଛି । ମଣ୍ଡିରେ କୁଇଣ୍ଟାଲ ପ୍ରତି ୫-୬ କେଜି ଧାନ କଟ୍‌ନି ଛଟ୍‌ନି କରାଯାଉଛି । ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ ହୋଇଛି । ବାଧ୍ୟ ହୋଇ ଚାଷୀ ଖୋଲା ବଜାରରେ ୧୧୦୦ ଟଙ୍କାରେ ଧାନ ବିକ୍ରି କରୁଛନ୍ତି । ଏ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ।

ଆସନ୍ତା ୭ ତାରିଖ ଦିନ ଧାନ କିଣାବିକା ହେଉଥିବା ସମସ୍ତ ଜିଲ୍ଲାରେ ଆନ୍ଦୋଳନ କରିବ ଓଡିଶା ପ୍ରଦେଶ ବିଜେପି କୃଷକ ମୋର୍ଚ୍ଚା । ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଦିଆଯିବ । ଆଜି ଏ ନେଇ ଦେବା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସଭାପତିତ୍ବ କରିଥିଲେ ।କାଳିଆ ଯୋଜନାର ୨ ହଜାର ଟଙ୍କା ଚାଷୀକୁ ଦେଇ 'ଆପଣମାନେ ଖୁସି ତ' କହି ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସି ଯାଇଛନ୍ତି । ମିଲର୍ସ, ଖାଦ୍ୟ ଯୋଗାଣ ବିଭାଗ, ସମବାୟ ବିଭାଗ ମିଳିତ ଓ ଯୋଜନାବଦ୍ଧ ଭାବେ ଚଳିତ ରବି ଋତୁରେ ଧାନ କିଣାବିକାରେ ଚାଷୀଙ୍କ କୋଟି କୋଟି ଟଙ୍କା ଲୁଟି ନେଉଥିବାର ଅଭିଯୋଗ କରିଛି ବିଜେପି । ଅଖାବସ୍ତା, ଲୋଡିଙ୍ଗ, ଅନ୍ ଲୋଡିଙ୍ଗ, ପରିବହନ ଖର୍ଚ୍ଚ ଆଦି କେନ୍ଦ୍ର ସରକାର ବହନ କରୁଥିବାବେଳେ ଏହି ଟଙ୍କା ଚାଷୀଙ୍କୁ ନଦେଇ ମିଲର୍ସମାନେ ହରିଲୁଟ୍ କରୁଥିବାର ଅଭିଯୋଗ ହୋଇଛି । ୟସ୍ ବାତ୍ୟାରେ ଉପକୂଳ ଓ ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାର ଚାଷୀମାନଙ୍କ କ୍ଷୟକ୍ଷତି ହୋଇଛି । କ୍ଷତିପୂରଣ, ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀଙ୍କ ଧାନ କିଣିବା, କଟ୍‌ନି ଛଟ୍‌ନି କରୁଥିବା ମିଲର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ । ଆଜିର ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି ।

ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ, ସମସ୍ତ ଜିଲ୍ଲା ସଭାପତି, କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ବରି ନେତା ରଞ୍ଜନ ପଟେଲ, କୃଷ୍ଣ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.