ETV Bharat / city

ସରକାରଙ୍କୁ ସତର୍କ କରେଇଲେ ନରସିଂହ, ସାଙ୍ଘାତିକ ରୂପ ନେଇପାରେ ଚାଷୀ ଆତ୍ମହତ୍ୟା ଘଟଣା - farmer suicide case can turn out to be a big problem

ଚାଷୀଙ୍କ ସମସ୍ୟା ଗୁରୁତର ରୂପ ନେଉଛି । ଚାଷୀଙ୍କୁ ବୀମା ଟଙ୍କା ମିଳୁନାହିଁ କି ବ୍ୟାଙ୍କ ଋଣ ଦେଉନାହିଁ । ଚାଷୀ ଆତ୍ମହତ୍ୟା ଘଟଣା ମଧ୍ୟ ସମ୍ନାକୁ ଆସିଲାଣି । ଆଗକୁ ଏହା ଗୁରୁତର ରୂପ ନେବ । ଏଭଳି କିଛି କହି ସରକାରଙ୍କୁ ସତର୍କ କରାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ନରସିଂହ
ନରସିଂହ
author img

By

Published : Jul 12, 2022, 10:27 PM IST

ଭୁବନେଶ୍ବର: ଚାଷୀଙ୍କ ସମସ୍ୟା ଗୁରୁତର ରୂପ ନେଉଛି । ଚାଷୀଙ୍କୁ ବୀମା ଟଙ୍କା ମିଳୁନାହିଁ କି ବ୍ୟାଙ୍କ ଋଣ ଦେଉନାହିଁ । ଚାଷୀ ଆତ୍ମହତ୍ୟା ଘଟଣା ମଧ୍ୟ ସମ୍ନାକୁ ଆସିଲାଣି । ଆଗକୁ ଏହା ଗୁରୁତର ରୂପ ନେବ । ଏଭଳି କିଛି କହି ସରକାରଙ୍କୁ ସତର୍କ କରାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

ସରକାରଙ୍କୁ ସତର୍କ କରେଇଲେ ନରସିଂହ, ଗୁରୁତର ରୂପ ନେଇପାରେ ଚାଷୀ ଆତ୍ମହତ୍ୟା ଘଟଣା

ନରସିଂହ କହିଛନ୍ତି ଯେ, ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ଆଉ 2 ଗୁଣ କରିବୁ ବୋଲି ବାହାସ୍ଫୋଟ ମାରୁଛନ୍ତି । ଋଣ ଓ ବୀମା ଯୋଗଇ ଦେଉଛୁ ବୋଲି ଉଭୟ ସରକାର କହୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ଲାଗି ବଡ଼ ବଡ଼ ପୋଷ୍ଟର ମରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କୃଷି ବିକାଶ ଯୋଜନାରେ ଲୋକ ଘିଅ, ମହୁରେ ଭାସି ଗଲେଣି କହି କଟାକ୍ଷ କରିଛନ୍ତି ନରସିଂହ । ବେସରକାରୀ ବୀମା ସଂସ୍ଥା ଚାଷୀଙ୍କୁ ଶୋଷଣ କରୁଛନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ବୀମା ଟଙ୍କା ନମିଳିଥିବାରୁ ଚାଷ ଆରମ୍ଭ ହୋଇପାରିନାହିଁ । ବୀମା ଟଙ୍କା ମିଳିନଥିବାରୁ ଋଣ ଭାର ଯୋଗୁଁ ସୁବର୍ଣ୍ଣପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି । ଆହୁରି ଚାଷୀ ଆତ୍ମହତ୍ୟା ଖବର ସମ୍ନାକୁ ଆସୁଛି, ତାହା ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି । ଯଦି ଏବେଠୁ ପଦକ୍ଷେପ ନନିଆଯାଏ, ଆଗକୁ ଏହା ଗୁରୁତର ରୂପ ନେବ ବୋଲି ନରସିଂହ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।ଯାହାକୁ ଜଣ୍ଡିସ ହୋଇଥାଏ, ତାକୁ ପୃଥିବୀ ହଳଦିଆ ଦିଶେ । ଚାଷୀ ଆତ୍ମହତ୍ୟା ନେଇ ବିଧାନସଭାରେ ସରକାରଙ୍କ ଉପରେ ଚାପ ପଡିବାରୁ ବାଚସ୍ପତି ଗୋଟେ ଗୃହ କମିଟି ଗଠନ କରିଥିଲେ ।

ବର୍ତ୍ତମାନର ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଥିଲା । ହେଲେ ଗୃହ କମିଟି ଅନୁସନ୍ଧାନ ପାଇଁ ଗଲା ନାହିଁ । ରିପୋର୍ଟ ଦେଲାନି କିମ୍ବା ସମୟ ମାଗିଲା ନାହିଁ । ତାହାଲେ ସତ୍ୟକୁ ସମ୍ନା କରିବାର ସରକାରଙ୍କର ଭୟ ରହିଛି ବୋଲି ସେ କହିଛନ୍ତି । ଅତୀତରେ ଚାଷୀ ଆତ୍ମହତ୍ୟା ଘଟଣା ସମ୍ନାକୁ ଆସିଛି । ଜିଲ୍ଲାପାଳ ମାନେ ରିପୋର୍ଟ ଦେଇଛନ୍ତି ।ବଲାଙ୍ଗୀରରେ 3 ଜଣ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଥିଲା । କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି, ଆମେ ଜାଣି ପରିଲୁ ନାହିଁ ବୋଲି ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି । ପ୍ରକୃତରେ ସରକାର ଚାଷୀ ଆତ୍ମହତ୍ୟା ଘଟଣାକୁ ଘୋଡେଇବାକୁ ଚାହାଁନ୍ତି । କିନ୍ତୁ ଚାଷୀଙ୍କ ନାଁରେ ନିର୍ବାଚନ ବୈତରଣୀ ପାର ହୁଅନ୍ତି ବୋଲି ନରସିଂହ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.