ETV Bharat / city

ଓଡିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍, ଆସନ୍ତାକାଲିଠାରୁ ଅନୁଧ୍ୟାନ ଆରମ୍ଭ

ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି 8 ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ । ଏହି ଟିମ ସହ ରାଜ୍ୟର 3 ଜଣିଆ ଆଉ ଏକ ଟିମ ମିଳିତ ଭାବେ ଫନି କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : May 12, 2019, 11:09 PM IST

ଭୁବନେଶ୍ବର: ବାତ୍ୟା 'ଫନି'ର କ୍ଷୟକ୍ଷତିର ଆକଳନ ପାଇଁ 8 ଜଣିଆ କେନ୍ଦ୍ରିୟ ଟିମ ଆସି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଏହି ଟିମ ଆସି ଆଜି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ 3 ଜଣ ଆସିଥିବା ବେଳେ ପରେ ଆଉ 8ଜଣ ସଦସ୍ୟ ଆସି ପହଞ୍ଚିଛନ୍ତି । ଆସନ୍ତାକାଲି ରାଜ୍ୟର ଏକ 3 ଜଣିଆ ଟିମ ସେମାନଙ୍କ ସହିତ ଯୋଗଦେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ମିଳିଥିବା ସୂଚନା ମୁତାବକ ଏହି ଟିମ ଏସଆରସିଙ୍କ ସହିତ ବୈଠକ ପରେ ଦୁଇଟି ଟିମରେ ବିଭକ୍ତ ହୋଇ ଅନୁଧ୍ୟାନ ପାଇଁ ବାହାରିବେ । ଗୋଟିଏ ଟିମ ପୁରୀ ଓ ଭୁବନେଶ୍ବର ମହାନଗର ନିଗସ ଅନୁଧ୍ୟାନ କରିବେ । ସେହିପରି ଅନ୍ୟ ଟିମଟି କଟକ ଓ ଖୋର୍ଦ୍ଧାର ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ଅନୁଧ୍ୟାନ କରିବେ ।

ପରେ ଆସନ୍ତା 3 ଦିନ ଧରି ଅନୁଧ୍ୟାନ ପରେ 15 ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକରେ ଆଲୋଚନା କରିବେ । ପରେ ଏହି ଟିମ ଦିଲ୍ଲୀ ଫେରିଯିବ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.