ETV Bharat / city

‘ଫନି’ ଇଫେକ୍ଟ: ଦୁର୍ଦ୍ଦଶାରେ ସ୍ମାର୍ଟସିଟିର ବସ୍ତିବାସିନ୍ଦା - water and eletricity

‘ଫନି’ ମାଡରେ ଭାଙ୍ଗି ପଡିଛି ସ୍ମାର୍ଟ ସିଟିର ଅଣ୍ଟା । ଅଣ୍ଟା ସଳଖେଇବା ପାଇଁ ସରକାର ଲାଗି ପଡିଥିବା ବେଳେ ଏପଟେ ବିନା ପାଣି ବିନା ଆଲୁଅରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ସାଇନ୍ସ ପାର୍କ ପଛ ପଟେ ରହୁଥିବା ବସ୍ତି ବାସିନ୍ଦା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 9, 2019, 5:02 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ପାଇଁ ଛାରଖାର ହୋଇ ଯାଇଛି ସ୍ମାର୍ଟ ସିଟି ଭୁବନେଶ୍ବର । ଫନି ଯିବାର 6 ଦିନ ପରେ ବି ସୁଧୁରିନି ଲୋକଙ୍କ ଅବସ୍ଥା । ବିଦ୍ୟୁତ୍‌ ନାହିଁ, ପାଣି ନାହିଁ, ନେଟୱାର୍କ ନାହିଁ । ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରାଜଧାନୀ ବାସିନ୍ଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଖାସ କରି ବସ୍ତିବାସିନ୍ଦା ଲୋକେ ନାନା କଷ୍ଟ ପାଉଛନ୍ତି । ଝଲମଲ ଆଲୁଅରେ ରଙ୍ଗୀନ ହୋଇଯାଉଥିବା ସ୍ମାର୍ଟ ସିଟି ଚିତ୍ର ବଦଳି ଯାଇଛି । ଅସହ୍ୟ ଖରା ସାଙ୍ଗକୁ ବିଦ୍ୟୁତ ନଥିବା ଯୋଗୁଁ ଲୋକଙ୍କ କଷ୍ଟ ଦ୍ବିଗୁଣିତ ହୋଇଯାଇଛି । ଏପଟେ ତା ଠୁ ଅଧିକ ବଳି ଯାଇଛି ଜଳକଷ୍ଟ । ବସ୍ତି ହେଉ ଅବା କଲୋନି, ପାଣିର ଅଭାବ କେବେ ଅନୂଭୁତ କରୁ ନଥିବା ଲୋକେ ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳ ଭଳି ସାଇନ୍ସ ପାର୍କ ପଛ ପଟେ ରହିଥିବା ବସ୍ତି ବାସିନ୍ଦା ସମାନ କଷ୍ଟ ଭୋଗୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.