ETV Bharat / city

ଫନିର ତାଣ୍ଡବ: ଜଣେ ହରେଇଲା ବାପାକୁ, ଜଣେ ବଞ୍ଚାଇଲା ପରିବାରକୁ

ଫନି ପ୍ରକୋପ ଆଗରେ ମୁଣ୍ଡ ନୁଆଁଇଛି ମଣିଷ । ନିଆପଡାର ଏକ ଗାଁରେ ବାତ୍ୟା ଦିନ ଗୋଟିଏ ପରିବାର ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗି ପଡିଥିବା ବେଳେ ଅନ୍ୟ ଜଣେ ପ୍ରକୃତିର ତାଣ୍ଡବରୁ ନିଜ ପରିବାରକୁ ବଞ୍ଚାଇ ଖୁସି ଅନୁଭବ କରୁଛି ।

author img

By

Published : May 11, 2019, 9:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ‘ଫନି’ ଯିବାର ଇତି ମଧ୍ୟରେ ସପ୍ତାହେ ପୁରିଲାଣି । ତଥାପି ସୁଧୁରିନି ସ୍ଥିତି । କାଳର କୋପକୁ ଦେଖି ଲୋକେ ଭୟଭୀତ ହୋଇଥିଲେ । ଯିଏ ଫନି ପ୍ରକୋପକୁ ଅଙ୍ଗେ ନିଭେଇଛି ସେ ଜାଣିଛି ସେଦିନର କଥା । ଫନି ମାଡରେ ସବୁଠାରୁ ଅଧିକ ଘାଇଲା ହୋଇଥିଲା ପୁରୀ ଜିଲ୍ଲା । ଏହି ଭୟଙ୍କର ବାତ୍ୟା କାହା ପରିବାର ଲୋକକୁ ଛଡାଇ ନେଇଛି କାହା ଘରକୁ ମାଟିରେ ମିଶାଇ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିମାପଡା ବ୍ଲକର ବଉଳାପଦା ଗାଁ । ଏହି ଗାଁ ଲୋକେ 'ଫନି'ର ତାଣ୍ଡବକୁ ଅତି ନିକଟରେ ଦେଖିଥିଲେ । ଭୟଙ୍କର ବାତ୍ୟା କାହା ବାପାକୁ ଛଡାଇ ନେଇଛି ତ କାହା ଘରକୁ ଛିନଭିନ କରି ଦେଇଛି । ସେଦିନ ଝଡବାତ୍ୟାରେ ମିର୍ଜା ଗୁଲାମନ ନବୀଙ୍କ ବାପାଙ୍କ ଉପରେ କାନ୍ଥ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କୁ ମେଡିକାଲକୁ ନେବାକୁ ଚାହିଁବି ନେଇ ପାରି ନଥିଲେ । ଫଳରେ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା । ଆଖି ସାମ୍ନାରେ ବାପାଙ୍କ ମୃତ୍ୟୁକୁ ଦେଖିଥିଲେ ମିର୍ଜା ।

ସେହିଭଳି ସେହି ଗାଁର ଗଜେନ୍ଦ୍ର ପରିଡାଙ୍କ ଚାଳ ଘର ଉପରେ ଏକ ଚାକୁଣ୍ଡା ଗଛ ପଡିଥିଲା । କୁଆଡେ ନଯାଇ ଘରର ଖଟ ତଳେ ଆଶ୍ରୟ ନେଇଥିଲେ ପରିବାର ଲୋକେ । 4 ଘଣ୍ଟା ପରେ ଫନିର ପ୍ରକୋପ କମିବା ପରେ ନିଜ ଜୀବନ ସହ ପରିବାର ଜୀବନ ବଞ୍ଚାଇ ପାରିଥିବାରୁ ନିଜକୁ ଧନ୍ୟ ମଣିଥିଲେ ।

ଚାଲି ଯାଇଛି ଫନି । ଛାଡି ଯାଇଛି ଅମାପ ଦୁଃଖ । ବାତ୍ୟା ଦେଇଯାଇଥିବା କ୍ଷତି ହୁଏତ କେବେ ଭରଣା ହୋଇପାରିବ ନାହିଁ । କିଏ ଜୀବନ ବଞ୍ଚାଇ ନିଜକୁ ଧନ୍ୟ ମନେ କରୁଛି ତ ପୁଣି କିଏ ଆତ୍ମୀୟ ଲୋକଙ୍କୁ ହରାଇ ଭାଙ୍ଗି ପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.