ETV Bharat / city

ସଙ୍ଗୀତ ମାଧ୍ୟମରେ ଫନି ପୀଡିତଙ୍କୁ ଓଲିଉ଼ଡ କଳାକାରଙ୍କ ବାର୍ତ୍ତା - bbsr

ଫନି ପୀଡିତଙ୍କ ଧୈର୍ଯ୍ୟକୁ ବହୁଗୁଣିତ କରିବାକୁ ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା । ଏନେଇ ଭୁବନେଶ୍ୱର ସ୍ଥିତ ବୋକା କାଫେରେ ଓଲିଉଡ କଳାକାରଙ୍କ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Jun 2, 2019, 8:51 AM IST

ଭୁବନେଶ୍ବର: ଫନି ପୀଡିତଙ୍କ ଧୈର୍ଯ୍ୟକୁ ବହୁଗୁଣିତ କରିବାକୁ ଗୀତ ମାଧ୍ୟମରେ ସଚେତନାର ବାର୍ତ୍ତା । ଏନେଇ ଭୁବନେଶ୍ୱର ସ୍ଥିତ ବୋକା କାଫେରେ ଓଲିଉଡ କଳାକାରଙ୍କ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ପ୍ରିଲ୍ୟୁଡ ନାମକ ଏକ ଅନୁଷ୍ଠାନ ତରଫରୁ କରାଯାଇଥିଲା । ଏଥିରେ ଅଭିନେତା କୁନା ତ୍ରିପାଠୀ ଓ ଅନ୍ୟ ଓଲିଉଡ କଳାକାରମାନେ ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ସାମୁଦ୍ରିକ ଝଡ଼ ଫନି ଯିବାକୁ ମାସେ ବିତି ଗଲାଣି । ହେଲେ ଏହି ବାତ୍ୟାରେ ଅଣ୍ଟା ଭାଙ୍ଗି ପଡିଥିବା ପରିବାର ଆଜି ବି ନିଜର ଅଣ୍ଟା ସଳଖିବା ପାଇଁ ଦିନରାତି ସଂଘର୍ଷ କରୁଛନ୍ତି। ଅନେକ ଲୋକ ନିଜର ଭାଙ୍ଗି ଯାଇଥିବା ଘରକୁ ପୁଣି ଥରେ ଛିଡା କରିବାରେ ବ୍ୟସ୍ତ ଥିବାବେଳେ ଏବେ ବି ଅନେକ ଗାଁ ଅନ୍ଧାର ଘେରରେ ରହିଛି ।

ଅନ୍ୟପଟେ ଏହି ପ୍ରଳୟଙ୍କାରୀ ବାତ୍ୟା ପାଇଁ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଫନି ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ତେବେ ଓଲିଉଡ କଳାକାରଙ୍କ ଦ୍ବାରା ଏହି ସଚେତନତା କାର୍ଯ୍ୟକ୍ରମ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

svSZD 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.