ETV Bharat / city

Padma Shri Rajat Kar Demise: ବିୟୋଗରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଆଉ ନାହାନ୍ତି ପଦ୍ମଶ୍ରୀ ତଥା ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ରଜତ କର । ହୃଦଘାତରେ ତାଙ୍କର ପରଲୋକ ଘଟିଥିବାବେଳେ ଶୋକ ପ୍ରକାଶ କରିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

author img

By

Published : May 8, 2022, 9:08 PM IST

Updated : May 8, 2022, 10:47 PM IST

Padma Shri Rajat Kar Demise: ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର-ନିରଞ୍ଜନ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ, ନାଟ୍ୟକାର, ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ପଦ୍ମଶ୍ରୀ ଡକ୍ଟର ରଜତ କର । ୮୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

  • Dr. Rajat Kumar Kar was a doyen of the cultural world. His multifaceted persona was seen in the manner in which he chronicled the Rath Yatra, wrote on diverse topics and worked to revive Pala art. Saddened by his passing away. Condolences to his family and admirers. Om Shanti. pic.twitter.com/PX7qFfQsfd

    — Narendra Modi (@narendramodi) May 8, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମଶ୍ରୀ ରଜତ କରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି ଯେ, "ଡକ୍ଟର ରଜତ କୁମାର କର ସାଂସ୍କୃତିକ ଜଗତର ଜଣେ ଜୁଏଲ ଥିଲେ। ତାଙ୍କର ବହୁମୁଖୀ ବ୍ୟକ୍ତିବିଶେଷଙ୍କୁ ସେ ରଥଯାତ୍ରା ସହିତ ବିଭିନ୍ନ ପ୍ରସଙ୍ଗରେ ଲେଖି ପାଲା କଳାକୁ ପୁନର୍ଜୀବିତ କରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । "

ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ବତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି । ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ।

ନବୀନ ଆହୁରି କହିଛନ୍ତି ଯେ ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି । ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ। ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି ।

  • ବିଶିଷ୍ଟ ବାଗ୍ମୀ, ଲେଖକ ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ରଜତ କୁମାର କରଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି l ସ୍ଵର୍ଗତକର ନିଜର ଅନନ୍ୟ ବାଗ୍ମୀତା ,ପାଣ୍ଡିତ୍ୟ ଓ ସୃଜନ କୃତି ପାଇଁ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି l

    — Governor Odisha (@GovernorOdisha) May 8, 2022 " class="align-text-top noRightClick twitterSection" data=" ">

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, " ବିଶିଷ୍ଟ ବାଗ୍ମୀ, ଲେଖକ ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ରଜତ କୁମାର କରଙ୍କ ପରଲୋକରେ ରାଜ୍ୟପାଳ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ଵର୍ଗତକର ନିଜର ଅନନ୍ୟ ବାଗ୍ମୀତା ,ପାଣ୍ଡିତ୍ୟ ଓ ସୃଜନ କୃତି ପାଇଁ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି । "

  • ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍,ନାଟ୍ୟକାର,ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଓ ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଅକଳ୍ପନୀୟ।ସାହିତ୍ୟ କ୍ଷେତ୍ରରେ ନିଜର ଅନନ୍ୟ ସାଧନା ପାଇଁ ସେ ଓଡ଼ିଆ ପାଠକଙ୍କ ନିକଟରେ ଯଶସ୍ୱୀ ହୋଇପାରିଥିଲେ।

    — Dharmendra Pradhan (@dpradhanbjp) May 8, 2022 " class="align-text-top noRightClick twitterSection" data=" ">

ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, "ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍,ନାଟ୍ୟକାର,ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଓ ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଅକଳ୍ପନୀୟ । ସାହିତ୍ୟ କ୍ଷେତ୍ରରେ ନିଜର ଅନନ୍ୟ ସାଧନା ପାଇଁ ସେ ଓଡ଼ିଆ ପାଠକଙ୍କ ନିକଟରେ ଯଶସ୍ୱୀ ହୋଇପାରିଥିଲେ।"

ଏହା ବି ପଢନ୍ତୁ- ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ସେ ଆହୁରି କହିଛନ୍ତି ଯେ, " ଟିଭି ଓ ରେଡ଼ିଓରେ ରଥଯାତ୍ରାର ଭାଷ୍ୟକାର ଭାବେ ଓଡ଼ିଆ ଜନମାନସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ତାଙ୍କର କାଳଜୟୀ ସାହିତ୍ୟ ରଚନା ଚିର ସ୍ମରଣୀୟ ହୋଇ ରହିବ । ଲୋକନାଟ୍ୟ ‘ପାଲା’କୁ ଜୀବନ୍ତ ରଖିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । "

  • ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡଃ ରଜତ କରଙ୍କ ଦେହାନ୍ତ ହେବା ଜାଣି ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଓଁ ଶାନ୍ତି 🙏 pic.twitter.com/4KodSdnq6y

    — Niranjan Patnaik (@NPatnaikOdisha) May 8, 2022 " class="align-text-top noRightClick twitterSection" data=" ">

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରି ଟ୍ବିଟ କରି ଲେଖିଛନ୍ତି ଯେ, " ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡଃ ରଜତ କରଙ୍କ ଦେହାନ୍ତ ହେବା ଜାଣି ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।" ସୂଚନା ଥାଉ କି ଭାଷ୍ୟକାର ରଜତ କରଙ୍କ ହୃଦଘାତରେ ପରଲୋକ ଘଟିଛି ।

  • ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ଲେଖକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସ୍ବର୍ଗତ କର ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭାଷ୍ୟକାର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। pic.twitter.com/26uGyobTkc

    — Samir Mohanty (@SamirMohantyBJP) May 8, 2022 " class="align-text-top noRightClick twitterSection" data=" ">

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ପଦ୍ମଶ୍ରୀ ରଜତଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ, " ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ଲେଖକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସ୍ବର୍ଗତ କର ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭାଷ୍ୟକାର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବେଶ ସୁନାମ ଅର୍ଜନ କରିବା ସହ ଦୀର୍ଘ ୬୦ ବର୍ଷ ଧରି ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2022, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.