ETV Bharat / city

ଦିଅର-ଭାଉଜ ସମ୍ପର୍କରେ ବଳି ପଡିଲା ସ୍ତ୍ରୀ, ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ବାରସ୍ଥ ପରିବାର - ଭୁବନେଶ୍ବର ଖବର

ଦିଅର-ଭାଉଜ ସମ୍ପର୍କରେ ବଳି ପଡିଲା ସ୍ତ୍ରୀ । ଆଉ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇଭଉଣୀ । ଅଧିକ ପଢନ୍ତୁ...

ଦିଅର-ଭାଉଜ ସମ୍ପର୍କରେ ବଳି ପଡିଲା ସ୍ତ୍ରୀ, ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ବାରସ୍ଥ ପରିବାର

author img

By

Published : Oct 12, 2020, 7:54 PM IST

ଭୁବନେଶ୍ବର: ଦିଅର-ଭାଉଜ ସମ୍ପର୍କରେ ବଳି ପଡିଲା ସ୍ତ୍ରୀ । ଆଉ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇଭଉଣୀ ।

ସୂଚନାନୁସାରେ, ଯାଜପୁର ଜିଲ୍ଲାର ବରୀ ବ୍ଲକ ଅଞ୍ଚଳର ଢିଅ ସାହିର ପ୍ରଭାତ ଜେନାଙ୍କୁ ବିବାହ କରିଥିଲେ ସସ୍ମିତା ଜେନା । ଆଉ ଉଭୟଙ୍କ ବିବାହର 3 ବର୍ଷ ସମ୍ପର୍କରେ ଏବେ ପଡିଛି ପୂର୍ଣ୍ଣଚ୍ଛେଦ । ପ୍ରଭାତ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ପତ୍ନୀ ସସ୍ମିତା ଜାଣିପାରିଥିଲେ । ଯାହାକୁ ନେଇ ପ୍ରଭାତ ଓ ସସ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏଭଳି ସ୍ଥଳରେ କିଛି ଦିନ ବିତିଯାଇଥିଲେ ମଧ୍ୟ ଗତ ଶନିବାର ରାତି 11ଟା ସମୟରେ ପଙ୍ଖାରେ ସସ୍ମିତା ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦୃଶ୍ୟ ଦେଖିବାକୁ ମିଲିଥିଲା । ହେଲେ ଏହାକୁ ସସ୍ମିତାଙ୍କ ପରିବାର ଲୋକ ହତ୍ୟା ବୋଲି ଅଭିଯୋଗ କରି ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ନ୍ୟାୟ ମିଳିଲା ନାହିଁ । ଏପଟେ ସସ୍ମିତାଙ୍କର ମୃତ୍ୟୁ ପରେ ସ୍ବାମୀ ପ୍ରଭାତ ଫେରାର ରହିଛନ୍ତି । ଏହି ଘଟଣାକୁ ନେଇ ପ୍ରଭାତଙ୍କ ପରିବାରଙ୍କୁ ଥାନା ଅଧିକାରୀ ପଚରାଉଚରା କରୁଥିବା ବେଳେ ପୋଲିସ ସେମାନଙ୍କୁ ଛାଡ଼ିଦେଇଛି।

ଦିଅର-ଭାଉଜ ସମ୍ପର୍କରେ ବଳି ପଡିଲା ସ୍ତ୍ରୀ, ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ବାରସ୍ଥ ପରିବାର

ସେପଟେ ଘଟଣାରେ ପୋଲିସ ସସ୍ମିତାଙ୍କ ପରିବାର ଲୋକଙ୍କ କଥା କୌଣସି ମତରେ ଶୁଣୁନଥିବା ବେଳେ ଏବେ ନ୍ୟାୟ ପାଇଁ ମହିଳା କମିଶନଙ୍କ ନିକଟରେ ଗୁହାରି କରିଛନ୍ତି । ପ୍ରକାଶ ଥାଉ କି, ପ୍ରଭାତ ଓ ସସ୍ମିତାଙ୍କ ଏକ 8 ମାସର ଝିଅ ଅଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.