ETV Bharat / city

ନକଲି ସେଲ୍ସମ୍ୟାନ ସାଜି ଲୁଟୁଥିଲା ସପିଂ ମଲ, ଧରାପଡିଲା ସୁପର ଚୋର - theft from shopping mall

ରାଜଧାନୀର ସପିଂ ମଲରୁ ଧରାପଡିଲା ସୁପର ଚୋର । ସେଲ୍ସ ମ୍ୟାନ ସାଜି ମଲରୁ ଲୁଟୁଥିଲା ମାଲ୍ । ଅଧିକ ପଢନ୍ତୁ...

ନକଲି ସେଲ୍ସମ୍ୟାନ ସାଜି ଲୁଟୁଥିଲା ସପିଂ ମଲ, ଧରାପଡିଲା ସୁପର ଚୋର

author img

By

Published : Oct 27, 2021, 8:26 AM IST

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲା ସୁପର ଚୋର । ବଡ ବଡ ସପିଂ ମଲରୁ ଲୁଟୁଥିଲା ଲକ୍ଷାଧିକ ଟଙ୍କାର ମାଲ । ଚୋରର ଟାର୍ଗେଟରେ ଥିଲା ନାମୀଦାମୀ ବ୍ରାଣ୍ଡର ଜିନ୍ସ ଓ ଟିସାର୍ଟ । ମଲରୁ ବ୍ରାଣ୍ଡେଡ୍ ଜିନିଷ ଚୋରି କରି ବାହାରେ ୩ ହଜାର ଟଙ୍କାର ଜିନିଷକୁ ମାତ୍ର ୩୦୦ ଟଙ୍କାରେ ବିକ୍ରି କରୁଥିଲା । ଏହି ଚୋରି ଭିଆଇବାକୁ ସେ ନକଲି ସେଲ୍ସମ୍ୟାନ ସାଜିଥିଲା । ଏଥିପାଇଁ ମଲର ସିକ୍ୟୁରିଟିକୁ ଚମକା ଦେବାକୁ ଯାଇ କିଛି ଟେକନିକର ବ୍ୟବହାର ମଧ୍ୟ କରୁଥିଲା ।

ଏଥିସହ ବାରକୋର୍ଡ ଟାମ୍ପର ସହ ମାଗ୍ନେଟିକ ଟ୍ୟାଗକୁ କାଟିବା ପାଇଁ ବ୍ୟବହାର କରୁଥିଲା କଟର । ସେଲ୍ସମ୍ୟାନ ଆଳରେ ଟ୍ରାୟଲ ରୁମରୁ ଗାୟବ କରୁଥିଲା ନାମୀଦାମୀ କମ୍ପାନିର ପ୍ୟାଣ୍ଟସାର୍ଟ । ୩ ହଜାର ଟଙ୍କାର ଜିନିଷ କୁ ୩୦୦ ଟଙ୍କାରେ ବିକ୍ରି ବେଳେ ଅନେକ ସନ୍ଦେହ କରିଵାରୁ ନିଜେ ବୁଲି ବୁଲି ସପିଂ ମଲରେ ଗ୍ରାହାକ ଯୋଗାଡ କରୁଥିଲା । ନିଜକୁ ସପିଂ ମଲର କର୍ମଚାରୀ ଭାବେ ପରିଚୟ ଦେଇ ମଲକୁ ଆସୁଥିବା ଗ୍ରାହକଙ୍କୁ କର୍ମଚାରୀ କୋର୍ଡରେ ସ୍ପେଶାଲ ଡିସକାଉଣ୍ଟ ଦେବା ଆଳରେ ମଲ ବାହାରକୁ ଡକାଇ ଚୋରି ଜିନିଷ ବିକୁଥିଲା । ଏହିପରି ଢଙ୍ଗରେ ସହୀଦନଗର ଥାନା ଅଞ୍ଚଳରେ ଥିବା ଅନେକ ମଲର ଚୋରି କରୁଥିଲା ଚୋର । ଯାହାଫଳରେ ଅନେକ ସପିଂ ମଲ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିଲେ ।

ହେଲେ ଶେଷରେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଏହି ମୋଷ୍ଟୱାଣ୍ଟେଡ ଚୋର ଧରାପଡିଛି । ସହୀଦନଗରସ୍ଥିତ ଭବାନୀ ମଲରେ ଥିବା ବ୍ରାଣ୍ଡ ଫ୍ୟାକ୍ଟ୍ରିରୁ ଏପରି ଢଙ୍ଗରେ ଚୋରି କଲାବେଳେ ତା'ର ପର୍ଦ୍ଦାଫାସ ହୋଇଛି । ଏହି ଅଭିଯୁକ୍ତର ନାମ କୃଷ୍ଣପ୍ରସାଦ ଓରଫ କାଳୁ । ଘର ଗଞ୍ଜାମ ଗୋଳନ୍ଥରା ଥାନା ଅଞ୍ଚଳର କାଣିସି ହୋଇଥିବା ଜଣାପଡିଛି । ସେ କ୍ରିକେଟ ବେଟିଂରେ ୫ ଲକ୍ଷ ଟଙ୍କା ହରାଇବା ପରେ ଏପରି ଚୋରି ଆରମ୍ଭ କରିଥିଲା । କାଳୁ ଚୋରି ଟଙ୍କାରେ ମାଷ୍ଟର କ୍ୟାଣ୍ଟିନସ୍ଥିତ ରୟାଲ ଗ୍ରୀନ ହୋଟେଲରେ ୧୮ ହଜାର ଟଙ୍କାର ଆଡଭାନ୍ସ ଦେଇ ଲଜର ରହୁଥିବା ସୂଚନା ମିଳିଛି ।

ସେପଟେ ଚୋରି ପାଇଁ ଚୋରଙ୍କ ଏଭଳି ନୂଆ ନୂଆ ଟେକନିକ ବିଷୟରେ ଜାଣିବା ପରେ କିପରି ଏଭଳି ସୁପରଚୋରଙ୍କ ଠାରୁ ବର୍ତ୍ତିବେ ସେନେଇ ମଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.