ETV Bharat / city

ଧାନ କିଣା ନେଇ ମୁହାଁମୁହିଁ ବିଜେପି-ବିଜେଡି - ପ୍ରସନ୍ନ ଆଚାର୍ଯ୍ୟ

ଧାନ କିଣା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ସୁବିଧାବାଦୀ ରାଜନୀତି କରୁଥିବା ବିଜେଡିର ଅଭିଯୋଗ । ସେପଟେ ରାଜ୍ୟ ସରକାରଙ୍କ ସଂଗ୍ରହ ପଲିସିରେ ବହୁତ ଭୁଲ୍ ଅଛି କହିଛି ବିଜେପି । ଅଧିକ ପଢ଼ନ୍ତୁ...

ଧାନ କିଣା ନେଇ ମୁହାଁ ମୁହିଁ ବିଜେପି-ବିଜେଡି
author img

By

Published : Jul 12, 2021, 10:38 PM IST

ଭୁବନେଶ୍ବର: ରାଜ୍ୟରେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେଡି- ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଧାନ କିଣା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ସୁବିଧାବାଦୀ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କହିଛି, ପଲିସି ଆଧାରରେ ରାଜ୍ୟ ସରକାର ଧାନ ସଂଗ୍ରହ ଠିକ ଢଙ୍ଗରେ କରୁନାହାନ୍ତି ।

ଧାନ କିଣା ନେଇ ମୁହାଁ ମୁହିଁ ବିଜେପି-ବିଜେଡି

ଧାନ କିଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି ଯେ, ଧାନ କିଣା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ସୁବିଧାବାଦୀ ରାଜନୀତି କରୁଛି । ବିଭିନ୍ନ ରାଜ୍ୟ ପାଇଁ ବିଭିନ୍ନ ଷ୍ଟାଣ୍ଡ ନେଉଛି ବିଜେପି ।

ଚାଷୀଙ୍କର ଯେତିକି ଉତ୍ପାଦନ ତାକୁ ସଂଗ୍ରହ କରିବା ପାଇଁ ଓଡ଼ିଶା ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ଟାର୍ଗେଟଠୁ ମଧ୍ୟ ଅଧିକ ଧାନ ସଂଗ୍ରହ ହେଉଛି । ଉତ୍ପାଦନ ଅଧିକ ହେଉଥିବାରୁ କିଛି ଧାନ ବଳକା ରହିଯାଇଛି । ସେ ଧାନ ଚାଷୀ ସୁରୁଖୁରୁରେ ବିକ୍ରି କରି ପାରୁ ବୋଲି ଆମେ ଚାହୁଁଛୁ । ସେଥିପାଇଁ ଯାହା ପଦକ୍ଷେପ ନେବାର ଆବଶ୍ୟକ ଅଛି ରାଜ୍ୟ ସରକାର ସେ ପଦକ୍ଷେପ ନେଉଛନ୍ତି । ଚାଷୀ ସମସ୍ୟାକୁ ନେଇ ସରକାର ସବୁବେଳେ ଚିନ୍ତିତ । ଆମେ କେବେ ବି ଚାଷୀ ମାରଣ ନୀତି ଗ୍ରହଣ କରୁନା । ଅନେକ ସମୟରେ ସରକାରଙ୍କ ପଲିସି ଠିକ ଥାଏ ମାତ୍ର କାର୍ଯ୍ୟକ୍ଷମ ସ୍ତରରେ କିଛି ତ୍ରୁଟି ବିଚ୍ୟୁତି ଦେଖାଦିଏ । ତାକୁ ସରକାର ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଧାନ କିଣା ପ୍ରକ୍ରିୟା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ପଲିସି ଆଧାରରେ ରାଜ୍ୟ ସରକାର ଧାନ ସଂଗ୍ରହ ଲାଗି ମଧ୍ୟ ଠିକ ବ୍ୟବସ୍ଥା ନାହିଁ । ସେଣ୍ଟ୍ରାଲ ଟୋକନ ସିଷ୍ଟମ୍ ରାଜ୍ୟ ସରକାରଙ୍କ ବଡ଼ ଦୁର୍ବଳତା । ସେଣ୍ଟ୍ରାଲ ଟୋକନ ସିଷ୍ଟମ୍ ଠିକ୍ ଢଙ୍ଗରେ ପାଳନ କରୁନାହାନ୍ତି ରାଜ୍ୟ ସରକାର ।

ସେଣ୍ଟ୍ରାଲ ଟୋକନ ଓ ଜିଲ୍ଲାର ଧାନକିଣା କମିଟି ଭିତରେ ତାଳମେଳ ରହୁନାହିଁ । ପ୍ରକ୍ୟୁରମେଣ୍ଟ ଅନୁସାରେ ଚାଷୀମାନଙ୍କୁ ଟୋକନ ମିଳୁ ନାହିଁ । ତେଣୁ ଧାନ ମଣ୍ଡିରେ ପଡି଼ ପଡି଼ ନଷ୍ଟ ହେଉଛି । ମିଲରମାନେ ମାଲିକ ଭଳି ବ୍ୟବହାର କରୁଛନ୍ତି । ରାଜ୍ୟ ସରକାରଙ୍କ ସଂଗ୍ରହ ପଲିସିରେ ବହୁତ ଭୁଲ୍ ଅଛି । ଯାହା ସରକାର ଜାଣି ପାରୁ ନାହାଁନ୍ତି । ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ଉପସ୍ଥିତ ରହୁଛନ୍ତି । ଯେଉଁ ଚାଷୀ ନୀତି ଦେଶରେ ଲାଗୁ ହୁଏ । ତାହା ଗୋଟିଏ କି ଦୁଇଟି ରାଜ୍ୟ ପାଇଁ ଲାଗୁ ହୁଏ ନାହିଁ । ସେ କଥା ପ୍ରସନ୍ନ ବାବୁ ବେଶ ଭଲ ଭାବେ ଜାଣିଛନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.