ଭୁବନେଶ୍ବର: ରାଜ୍ୟ ଦେଶ ତଥା ସାରା ବିଶ୍ୱରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବ ପିଢିଙ୍କ ନିକଟରେ ଆଖି ରୋଗ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଆଖି ଶୁଷ୍କ ହୋଇଯିବା, ଅଳସୁଆ ଲାଗିବା ଓ ଦୂରରେ ଥିବା ଜିନିଷ ଦେଖିବାରେ ଅସୁବିଧା ହେବା ସେଥି ମଧ୍ୟରୁ ଅନ୍ୟତମ । ମୁଖ୍ୟତଃ ଆଜିର ଡିଜିଟାଲ ଯୁଗରେ ଲୋକମାନେ ଅଧିକ ସମୟ ଧରି ବିଭିନ୍ନ ବୈଦୁତିକ ଉପକରଣ ସହିତ ନିୟୋଜିତ ହୋଇ ରହିବ, ଅଧିକ ସମୟ ଟିଭି, କମ୍ପ୍ୟୁଟର ଓ ମୋବାଇଲ ଆଦିର ବ୍ୟବହାର କରିବା ଏବଂ ଘର ବାହାର ଖେଳ କୁଦରେ ଜଡିତ ନହେବା କାରଣରୁ ଏଭଳି ରୋଗ ମାନ ଦେଖାଯାଉଥିବା ଜଣାପଡିଛି। ଫଳରେ ଏକ ଆକଳନ ଅନୁସାରେ ଏଭଳି ଜାରି ରହିଲେ 2050 ସୁଦ୍ଧା ସାରା ବିଶ୍ୱରେ ଏହା ଏକ ମହାମାରୀର ରୂପ ନେଇପାରେ ବୋଲି କୁହାଯାଉଛି।
ବୈଦୁତିକ ଯନ୍ତ୍ରର ବ୍ୟବହାରରୁ ନିବୃତ ହୋଇ ଚକ୍ଷୁ ରୋଗର ନିରାକରଣ କରିପାରିବା - ବୈଦୁତିକ ଯନ୍ତ୍ରର ବ୍ୟବହାରରୁ ନିବୃତ ହୋଇ ଚକ୍ଷୁ ରୋଗର ନିରାକରଣ କରିପାରିବା
2050 ସୁଦ୍ଧା ସାରା ବିଶ୍ୱରେ ଏହା ଏକ ମହାମାରୀର ରୂପ ବ୍ୟାପିପାରେ ଚକ୍ଷୁ ରୋଗ । ଏହାର ନିରାକରଣ କରାଯାଇପାରୁଥିବା ବେଳେ ଏହାକୁ ପ୍ରାଥମିକ ଭାବେ ଯତ୍ନ ନିଆଗଲେ ରୋଗରୁ ମୁକ୍ତି ମିଳିପାରିବ ବୋଲି ଚକ୍ଷୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବର: ରାଜ୍ୟ ଦେଶ ତଥା ସାରା ବିଶ୍ୱରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବ ପିଢିଙ୍କ ନିକଟରେ ଆଖି ରୋଗ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଆଖି ଶୁଷ୍କ ହୋଇଯିବା, ଅଳସୁଆ ଲାଗିବା ଓ ଦୂରରେ ଥିବା ଜିନିଷ ଦେଖିବାରେ ଅସୁବିଧା ହେବା ସେଥି ମଧ୍ୟରୁ ଅନ୍ୟତମ । ମୁଖ୍ୟତଃ ଆଜିର ଡିଜିଟାଲ ଯୁଗରେ ଲୋକମାନେ ଅଧିକ ସମୟ ଧରି ବିଭିନ୍ନ ବୈଦୁତିକ ଉପକରଣ ସହିତ ନିୟୋଜିତ ହୋଇ ରହିବ, ଅଧିକ ସମୟ ଟିଭି, କମ୍ପ୍ୟୁଟର ଓ ମୋବାଇଲ ଆଦିର ବ୍ୟବହାର କରିବା ଏବଂ ଘର ବାହାର ଖେଳ କୁଦରେ ଜଡିତ ନହେବା କାରଣରୁ ଏଭଳି ରୋଗ ମାନ ଦେଖାଯାଉଥିବା ଜଣାପଡିଛି। ଫଳରେ ଏକ ଆକଳନ ଅନୁସାରେ ଏଭଳି ଜାରି ରହିଲେ 2050 ସୁଦ୍ଧା ସାରା ବିଶ୍ୱରେ ଏହା ଏକ ମହାମାରୀର ରୂପ ନେଇପାରେ ବୋଲି କୁହାଯାଉଛି।
Body:ଏହି ରୋଗଗୁଡିକ ଆରୋଗ୍ୟସାଧ୍ୟ ହୋଇଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ପ୍ରାଥମିକ ଅବସ୍ଥାରୁ ପ୍ରଯତ୍ନ ନେବା ସହ ଅଧିକ ସମୟ ଧରି ଗେଜେଟ ବ୍ୟବହାରରୁ ବିରତ ରହିବା ଆବଶ୍ୟକ ବୋଲି ଚକ୍ଷୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।ଏହା ସହିତ ଆଜିର ଡିଜିଟାଲ ଯୁଗରେ ପିଲାମାନେ ଖୋଲା ଆକାଶତଳେ ଖେଳ କୁଦରୁ ଦୁରେଇ ଯାଉଥିବା ବେଳେ ଏଥିପ୍ରତି ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି କୁହାଯାଏ।ଯାହାଫଳରେ ପିଲାର ଶାରୀରିକ ବିକାଶ ହେବା ସହ ବୌଦ୍ଧିକ ବିକାଶ ହୋଇଥାଏ ।ତେଣୁ ସମୟକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ବାଇଟ-ଶ୍ରୀକାନ୍ତ କୁମାର ସାହୁ,ଚକ୍ଷୁ ବିଶେଷଜ୍ଞ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।
Conclusion: