ETV Bharat / city

କୋରୋନା ମାଡ: ରପ୍ତାନୀ ହେଇପାରୁନି ରାଜ୍ୟସମ୍ପଦ, ପ୍ରଭାବିତ ରପ୍ତାନିକାରୀ - ପ୍ରଭାବିତ ହୋଇଛି ରପ୍ତାନୀ କ୍ଷେତ୍ର

କୋରୋନା କାଳରେ ପ୍ରଭାବିତ ହୋଇଛି ରପ୍ତାନୀ କ୍ଷେତ୍ର । ବିଶେଷ କରି ଖଣିଜ ଦ୍ରବ୍ୟ ,ହସ୍ତତନ୍ତ ଓ ସି ଫୁଡ୍‌ ରପ୍ତାନୀ ଅଧିକ ପ୍ରଭାବିତ ହୋଇଥିବାରୁ ଓଡିଶାର ରପ୍ତାନୀ 2025 ସୁଦ୍ଧା 1ଟ୍ରିଲିୟନ ଡଲାର ଟପିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ କଷ୍ଟକର ହୋଇପାରେ ବୋଲି ଆକଳନ କରାଯାଉଛି ।

କୋରୋନା ମାଡ: ବିଦେଶ ରପ୍ତାନୀ ପ୍ରଭାବିତ, ଚିନ୍ତାରେ ରପ୍ତାନିକାରୀ

author img

By

Published : Jul 22, 2020, 8:33 PM IST

ଭୁବନେଶ୍ବର: କୋରୋନା ସାଜୁଛି କାଳ । ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ର ଉପରେ ପଡିଥିବାବେଳେ ରପ୍ତାନୀ କ୍ଷେତ୍ରରେ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । 2019-20ରେ ମାନ୍ଦାବସ୍ଥା ଯୋଗୁଁ ରପ୍ତାନୀ ମନ୍ଥର ଥିବାବେଳେ ଚଳିତ ଆର୍ଥିକ ବର୍ଷରେ କୋରୋନା ମାଡରେ ରପ୍ତାନୀ ଗୁରୁତର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଓଡିଶା ମୁଖ୍ୟତଃ ଖଣିଜ ଦ୍ରବ୍ୟ ,ହସ୍ତତନ୍ତ ଓ ସି ଫୁଡ୍‌ ରପ୍ତାନୀରେ ବେଶ ଆଗୁଆ ।

ତଥ୍ୟ ଅନୁସାରେ, 2017 ମସିହାରେ ଓଡିଶା, ଦେଶରେ ରପ୍ତାନୀ କ୍ଷେତ୍ରରେ ଚମ୍ପିୟାନ ଷ୍ଟେଟର ମାନ୍ୟତା ପାଇଥିଲା । ସେହିପରି 2018-19ରେ ସମୁଦାୟ 47619 କୋଟିର ରପ୍ତାନୀ କରି ରେକର୍ଡ କରିଥିଲା । ଯେଉଁଥିରେ 55 ପ୍ରତିଶତ ଧାତବ ସାମଗ୍ରୀ ରହିଥିବାବେଳେ ଖଣିଜ ସାମଗ୍ରୀର ଅବଦାନ ରହିଥିଲା 20 ପ୍ରତିଶତ ।

ଯାହାକୁ ଦୃଷ୍ଟିରେ ରଖି ଓଡିଶାର ରପ୍ତାନୀ 2025 ସୁଦ୍ଧା 1ଟ୍ରିଲିୟନ ଡଲାର ଟପିବ ବୋଲି ଆଶା କରାଯାଉଥିଲା । ହେଲେ କୋରୋନା କାଳ ସାଜିଥିବାରୁ ଏହା କଷ୍ଟକର ହୋଇପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଓଡିଶାରେ 20ଟି ବଡ ସିଫୁଡ୍‌ ପ୍ରକ୍ରିୟାକରଣ ପ୍ଲାଣ୍ଟ ରହିଛି । 33 ରପ୍ତାନିକାରୀ ରହିଛନ୍ତି । ତେବେ 2018-19ରେ 3 ହଜାର କୋଟି ଟଙ୍କାର ସିଫୁଡ୍‌ ରପ୍ତାନୀ ହୋଇଥିବାବେଳେ ଚଳିତ ବର୍ଷ 10 ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖିଥିଲେ ରପ୍ତାନିକାରୀ । ହେଲେ ଜାନୁଆରୀ ପରଠୁ ଏହି ସେକ୍ଟର ମନ୍ଥର ହୋଇ ଯାଇଥିବା କୁହାଯାଉଛି ।

ସେହିପରି ଓଡିଶାରୁ ବୟନଶିଳ୍ପ ବିଶେଷ କରି ହସ୍ତତନ୍ତ ସାମଗ୍ରୀ ଚାହିଦା ବିଦେଶରେ ଅଧିକ ଥାଏ । ବୁଣାକାରମାନଙ୍କ ସାମଗ୍ରୀ ବିଦେଶରେ ପହଞ୍ଚିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ରପ୍ତାନିକାରୀ ।

ହେଲେ ଏବେ ଅନଲାଇନ ମାଧ୍ୟମରେ ଯାହା କିଛି ବେପାର ହେଉଛି । ବୁଣାକାରଙ୍କ ତିଆରି ସାମଗ୍ରୀ ଓ ରପ୍ତାନିକାରୀ ପ୍ରସ୍ତୁତ ଥିଲେ ମଧ୍ୟ ଚାହିଦା ନଥିବାରୁ ବିଦେଶକୁ ଯାଇ ପାରୁନାହିଁ ଅଧିକ ପ୍ରଡକ୍ଟ ।

ତେବେ ଏସବୁ ଭିତରେ ପୁଣି ସ୍ଥିତି କେବେ ସୁଧୁରିବ ଓ କେବେ ରପ୍ତାନୀ କ୍ଷେତ୍ରର ପୁଣି ଚାହିଦା ବଢିବ ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.