ETV Bharat / city

ମୋରେଟୋରିୟମ ଅବଧିର ଚକ୍ରବୃଦ୍ଧି ସୁଧ ଛାଡ, ମତ ରଖିଲେ ବିଶେଷଜ୍ଞ - Interest on interest waiver during moratorium

ଲୋନ ମୋରେଟୋରିୟମର ଲାଭ ଉଠାଉଥିବା ଋଣ ଗ୍ରହୀତାଙ୍କୁ ଏବେ ସୁଧ ଉପରେ ଅତିରିକ୍ତ ସୁଧ ଦେବାକୁ ପଡିବ ନାହିଁ । ସୁପ୍ରିମକୋର୍ଟରେ ଏ ନେଇ ଆଫିଡେଭିଟ ଦାଖଲ କଲେ ସରକାର । ତେବେ ଏ ନେଇ କଣ କହୁଛନ୍ତି ଏକ୍ସପର୍ଟ , ଜାଣନ୍ତୁ..

ମୋରେଟୋରିୟମ ଅବଧିର  ଚକ୍ରବୃଦ୍ଧି ସୁଧ ଛାଡ , ମତ ରଖିଲେ ବିଶେଷଜ୍ଞ

author img

By

Published : Oct 3, 2020, 5:31 PM IST

ଭୁବନେଶ୍ବର: ଋଣ ଗ୍ରହୀତାଙ୍କ ପାଇଁ ଆଶ୍ବସ୍ତିକର ଖବର । ଋଣ କିସ୍ତି ସ୍ଥଗିତ ଅବଧିରେ ସୁଧ ଉପରେ ସୁଧ ଛାଡ ହେବ । ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଏକ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରି ସୂଚିତ କରାଯାଇଛି । ତେବେ ଏ ନେଇ କଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ, ଜାଣନ୍ତୁ...

ମୋରେଟୋରିୟମ ଅବଧିର ଚକ୍ରବୃଦ୍ଧି ସୁଧ ଛାଡ , ମତ ରଖିଲେ ବିଶେଷଜ୍ଞ

ସୁପ୍ରିମକୋର୍ଟରେ ଏକ ଆଫିଡେଭିଟରେ ଦାଖଲ କରି କୁହାଯାଇଛି କି, ଏମଏସଏମଇ ଋଣ, ଶିକ୍ଷା , ହାଉସିଂ , କଞ୍ଜ୍ୟୁମର , ଅଟୋ, କ୍ରେଡିଟ କାର୍ଡ ବକେୟା , ବ୍ୟକ୍ତିଗତ ଋଣ , କାର ଓ ଉପଭୋଗ ସାମଗ୍ରୀ ଉପରେ ଲାଗୁ ଚକ୍ରବୃଦ୍ଧି ସୁଧ (ସୁଧ ଉପରେ ସୁଧ)କୁ ଛାଡ କରାଯିବ । ସରକାରଙ୍କ ଅନୁସାରେ 6 ମାସ ପାଇଁ ଲୋନ ମୋରାଟୋରିୟମ ସମୟରେ 2 କୋଟି ଟଙ୍କା ଯାଏଁ ଋଣର ସୁଧ ଉପରେ ସୁଧକୁ ସମ୍ପୁର୍ଣ୍ଣ ଛାଡ କରାଯିବ ।

ସୋମବାର ଏହି ମାମଲାରେ ହେବାକୁ ଥିବା ଶୁଣାଣୀ ପୂର୍ବରୁ ଦାଖଲ ଆଫିଡେଭିଟରେ କୁହାଯାଇଛି କି ସରକାର କ୍ଷୁଦ୍ର ଋଣ ନେଇଥିବା ଋଣ ଗ୍ରହୀତାଙ୍କୁ ସହଯୋଗ କରିବାକୁ ଚାହାନ୍ତି । ସ୍ଥଗିତ ଇଏମଆଇ ରାଶି ପାଇଁ ସୁଧ ଛାଡ ଲାଭ ପ୍ରତି ବର୍ଗକୁ ଦିଆଯାଇପାରିବ ନାହିଁ । ଯଦି ସବୁ ବର୍ଗ ପାଇଁ ଏହା ଲାଗୁ ହୁଏ ତେବେ ବ୍ୟାଙ୍କ ଉପରେ ଅଧିକ ଭାର ପଡିବା ସହ ଏନପିଏ ପରିସର ବଢିବା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.