ETV Bharat / city

ଗୃହରେ ପାରିତ ହେଲା କୃଷି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି - କୃଷି ଓ ପର୍ଯ୍ୟଟନ ବିଭାଗ

ବିଧାନସଭାରେ ପାରିତ ହେଲା କୃଷି ଓ କୃଷକ ସଶକ୍ତିକରଣ, ଯୋଜନା ଓ ସଂଯୋଜନା ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି । ଅଧିକ ପଢନ୍ତୁ...

ଗୃହରେ ପାରିତ ହେଲା କୃଷି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି, ମୋଟ ଅଟକଳ 1467 କୋଟି 65 ଲକ୍ଷ
ଗୃହରେ ପାରିତ ହେଲା କୃଷି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି, ମୋଟ ଅଟକଳ 1467 କୋଟି 65 ଲକ୍ଷଗୃହରେ ପାରିତ ହେଲା କୃଷି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି, ମୋଟ ଅଟକଳ 1467 କୋଟି 65 ଲକ୍ଷଗୃହରେ ପାରିତ ହେଲା କୃଷି ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି, ମୋଟ ଅଟକଳ 1467 କୋଟି 65 ଲକ୍ଷ
author img

By

Published : Mar 25, 2021, 10:47 PM IST

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା କୃଷି ଓ କୃଷକ ସଶକ୍ତିକରଣ, ଯୋଜନା ଓ ସଂଯୋଜନା ଓ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର 5 ହଜାର 918 କୋଟି 77 ଲକ୍ଷ 38 ହଜାର ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି । ଯୋଜନା ଓ ସଂଯୋଜନା ବିଭାଗର 1467 କୋଟି 65 ଲକ୍ଷ 93 ହଜାର ଟଙ୍କାର ଖର୍ଚ୍ଚ ଦାବି ଓ ପର୍ଯ୍ୟଟନ ବିଭାଗର 500 କୋଟି 30 ଲକ୍ଷ 14 ହାଜର ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି ।

ତେବେ ଏହି ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଏହି ସବୁ ବିଭାଗରେ କିଛି ନୂଆ ନାହିଁ । କଳିଆ ଯୋଜନ ସମେତ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ମୋହନ କହିଥିଲେ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଯୋଜନା କରୁଛନ୍ତି ଆଉ ନିର୍ବାଚନ ପରେ ଏ ସବୁ ଯୋଜନା ଫସର ଫାଟୁଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଥିଲେ କୃଷି କ୍ଷେତ୍ରରେ ଆଖି ଦୃଶିଆ ଉନ୍ନତି ହୋଇନାହିଁ ।

ସେପଟେ ଗୃହରେ କୃଷିମନ୍ତ୍ରୀ ବିବୃତି ରଖି କହିଛନ୍ତି, ତ୍ରୁଟି ହେଲେ ବିଧାୟକ ମାନେ ସାମ୍ନାକୁ ଆଣନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । 1999 ମହାବାତ୍ୟା ସମୟରେ ଆମକୁ ଅନ୍ୟ ରାଜ୍ୟମାନେ ଚାଉଳ ଦେଉଥିଲେ ମାତ୍ର ଏବେ ଆମେ ଅନ୍ୟ ରାଜ୍ୟ ମାନଙ୍କୁ ଦୁର୍ବିପାକ ସମୟରେ ଚାଉଳ ଦେଉଛୁ । ଏଠି ଏବେ ଆଉ ଖାଦ୍ୟର ଅଭାବ ନାହିଁ । ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଭୋକର ଭୂଗୋଳରେ ଏବେ ଆଉ ଖାଦ୍ୟର ଅଭାବ ନାହିଁ । 20 ବର୍ଷରେ 33 ଟି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି ରାଜ୍ୟ । 5 ଥର ବାତ୍ୟା , ରୋଗପୋକ 3 ଥର, 6 ଥର ବନ୍ୟା , ମରୁଡି 13 ଥର ତଥାପି ଏହାକୁ ସାମ୍ନା କରି ଆମେ ଅଗ୍ରଗତି କରିଛୁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିବା ଦେଖିବାକୁ ମିଳିଛି ।

2000 ମସିହାରେ 55 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ସଷ୍ୟ ଉତ୍ପାଦନ ହେଉଥିବା ବେଳେ 116 ଲକ୍ଷ ମେଟ୍ରିକ ଟନର ଖାଦ୍ୟ ସଷ୍ୟ ଉତ୍ପାଦନ ହେଉଛି । ଏବେ 1 ଲକ୍ଷ ହେକ୍ଟରରୁ ଧାନ ଚାଷ କମେଇବା ପାଇଁ ସରକାର ଲକ୍ଷ ରଖିଥିବା ସହ ଅନ୍ୟ ଚାଷ କରିବାକୁ ଯୋଜନା କରାଯାଉଛି । ଏଥିପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି । 2000 ମସିହାରେ 379 କୋଟି ଟଙ୍କାର ମତ୍ସ୍ୟ ରପ୍ତାନି ହେଉଥିଲା ଏବେ 3 ହଜାର 43 କୋଟି ଟଙ୍କାର ମତ୍ସ୍ୟ ରପ୍ତାନି କରୁଛୁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯୋଜନା ଓ ସଂଯୋଜନା ବିଭାଗ । ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାରେ ବିଭାଗ କାମ କରୁଛି ବୋଲି ବିବୃତ୍ତି ରଖିଛନ୍ତି । ଦାରିଦ୍ର୍ୟ ଦୂରୀକରଣ, ଜଳସେଚନ, ଯୋଗାଯୋଗ, ଜଳ ନିଷ୍କାସନ, ବନ୍ୟା ଓ ବାତ୍ୟା ପ୍ରଭୁତ କ୍ଷେତ୍ରରେ ଥିବା ତାରତମ୍ୟକୁ କମେଇ ପାରିଛୁ । ଜନ ସାଧାରଣଙ୍କ ଆଶା ଓ ଆଙ୍କାକ୍ଷାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରୁଛୁ । ପର୍ଯ୍ୟଟନ କ୍ଷେତ୍ରର ବଜେଟ ଦୁଇ ଗୁଣ ବଢାଯାଇଛି । ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ଏହି ବ୍ୟୟ ବରାଦ କରାଯାଇଛି । ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ପାଇଁ 1500 କୋଟି ଟଙ୍କା ଅଧିକ ଦିଆଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । 5 ବର୍ଷରେ ସର୍ବାଧିକ 400 ସହ ହୋମ ଷ୍ଟେ ବ୍ୟବସ୍ଥା କରାଯିବ । ହାଉସ ବୋଟ ପ୍ରବର୍ତ୍ତନ ଓ କ୍ରୁଜ ଅପରେସନ ପାଇଁ ଭିତ୍ତିଭୂମି ବିକାଶ କରାଯାଉଛି । ଆଲୋଚନାବେଳେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଦଳ ବିଜେପି ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲା । ଆସନ୍ତା କାଲି ଦିନ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.