ETV Bharat / city

ପିପିଲି ନିର୍ବାଚନ ପାଇଁ EXIT POLL ଉପରେ ନିଷେଧାଦେଶ

author img

By

Published : Sep 27, 2021, 8:51 PM IST

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ ବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ୍‌ ଭୋଟ ଫଳାଫଳର ପୂର୍ବାନୁମାନ (EXIT POLL) ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ନାହିଁ । ଅଧିକ ପଢ଼ନ୍ତୁ...

ପିପିଲି ନିର୍ବାଚନ ପାଇଁ ଏକ୍‌ଜିଟ୍‌ ପୋଲ୍‌ ଉପରେ ନିଷେଧାଦେଶ

ଭୁବନେଶ୍ବର: ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ ବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ୍‌ ଭୋଟ ଫଳାଫଳର ପୂର୍ବାନୁମାନ (EXIT POLL) ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ନାହିଁ । ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।

ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟ୍‌ରେ ଏହି ନିଷେଧାଦେଶ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଅକ୍ଟୋବର ୩ ତାରିଖରେ ମତଦାନ ଫଳାଫଳ ବାହାରିବ । ସୋମବାର ସମସ୍ତ ରାଜନୈତିକ ଦଳର ପ୍ରଚାର ଶେଷ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.