ETV Bharat / city

ଲକ୍‌ଡାଉନ୍‌ ପରେ ହେବ ପରୀକ୍ଷା - exam will be start

exam will be start after lockdown
ଲକ୍‌ଡାଉନ୍‌ ପରେ ହେବ ପରୀକ୍ଷା
author img

By

Published : Apr 29, 2020, 1:18 PM IST

Updated : Apr 29, 2020, 1:39 PM IST

13:05 April 29

ଲକ୍‌ଡାଉନ୍‌ ପରେ ପରୀକ୍ଷା

exam will be start after lockdown
ଲକ୍‌ଡାଉନ୍‌ ପରେ ପରୀକ୍ଷା

ଭୁବନେଶ୍ବର: ଲକ୍‌ଡାଉନ୍‌ ସରିବା ପରେ ରାଜ୍ୟରେ ହେବ ପରୀକ୍ଷା । ଗତକାଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସିବିଏସଇର ବାକି ଥିବା ପରୀକ୍ଷା କରିବାକୁ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା କରିବାକୁ ପଦକ୍ଷେପ ନେଇଛନ୍ତି ।  ଏହି ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ବଜାୟ ରଖି ଦେବେ । ସେପଟେ କିଛି କଲେଜକୁ କ୍ବାରେଣ୍ଟାଇନ ସେଣ୍ଟର କରିବାକୁ କୁହାଯାଇଥିବାରୁ ଏହାକୁ ଭିତ୍ତି କରି ପରୀକ୍ଷା ସେଣ୍ଟର ଚୟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।  

ସେପଟେ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଲକ୍‌ଡାଉନ୍‌ ପରେ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ପରୀକ୍ଷାର 10 ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦିଆଯିବ । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ଚିନ୍ତିତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 29, 2020, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.