ETV Bharat / city

ଓଡିଶାକୁ ବାଂଲାଦେଶୀ ଆତଙ୍କବାଦୀ ଭୟ: ରାଜନେତାଙ୍କୁ ଦାୟୀ କଲେ ପୂର୍ବତନ ଡିଜି - ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର

ରାଜ୍ୟରେ ଦିନକୁ ଦିନ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା । ଶରଣାର୍ଥୀ ଭାବେ ଆସି ଦେଶ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର । ଏମାନଙ୍କୁ ରୋକିବାକୁ କୋଷ୍ଟଗାର୍ଡ, ମେରାଇନ ପୋଲିସ, ଓଡିଶା ପୋଲିସ ମିଳିତ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଡିଜି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 14, 2019, 10:22 PM IST

Updated : Oct 15, 2019, 10:47 AM IST

ଭୁବନେଶ୍ବର: ଆତଙ୍କବାଦୀ ସଂଗଠନ ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶରେ ଗଢିଉଠିଥିବା ଏବେ ଓଡିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ନିଜର କାୟା ବିସ୍ତାର କରିଛି । ସଂଗଠନର ଶହଶହ ସଦସ୍ୟ ଭାରତର ବିଭିନ୍ନ ସ୍ଥାନରେ ଲୁଚି ରହି ନିଜ ନେଟୱର୍କକୁ ଦୃଢ କରୁଛନ୍ତି । ଏମାନଙ୍କ ବିଷୟରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବିଭିନ୍ନ ରାଜ୍ୟଙ୍କୁ ଅବଗତ କରିଛି । ଶରଣାର୍ଥୀ ଭାବେ ଆସୁଥିବା ଏହି ଆତଙ୍କବାଦୀ ମାନେ ଭାରତ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀଠାରେ ରାଜ୍ୟମାନଙ୍କର ଆତଙ୍କବାଦ ନିରୋଧ ସ୍କ୍ବାଡ ଓ ସ୍ପେଶାଲ ଟାସ୍କ ଫୋର୍ସର ମୁଖ୍ୟ ମାନଙ୍କୁ ନେଇ ଏନଆଇଏ ଜାତୀୟ ସମ୍ମିଳନୀରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି କହିଛନ୍ତି ।

ଏଏନଆଇ ଡିଜିଙ୍କ ଏହି ବିସ୍ପୋରକ ବୟାନ ପରେ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି । ଓଡିଶା ସମେତ ଦେଶର ଅନ୍ୟ 7ଗୋଟି ରାଜ୍ୟରେ ଏହି ଆତଙ୍କବାଦୀ ମାନେ ରହି ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି । ଏନଆଇଏ ଡିଜିଙ୍କର ଏହି ବୟାନ ପରେ ରାଜ୍ୟର ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଭୋଟ ବ୍ୟାଙ୍କ ପାଇଁ ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ପ୍ରୋତ୍ସାହନ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନୁପ୍ରବେଶକାରୀଙ୍କୁ ବିରୋଧ କରିବା ବଦଳରେ ଆଶ୍ରୟ ଦେଉଛନ୍ତି ତଳିଆ ପୋଲିସ କର୍ମଚାରୀ ଓ ରାଜନେତା । ରାଜନେତା ମାନେ ଭୋଟ ପଲିଟିକସ ପାଇଁ ଏମାନଙ୍କୁ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ଦେଇ ସ୍ଥାୟିତ୍ବ ଦେଉଛନ୍ତି । ଫଳରେ ଏମାନେ ଏଠି ରହି ଦେଶ ବିରୋଧରେ ଆତଙ୍କୀ କାରବାର ଚଳାଇଛନ୍ତି ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।

ଏଥିସହ ସେ ରାଜ୍ୟର ଭୌଗୋଳିକ ସ୍ଥିତିକୁ ମଧ୍ୟ କାରଣ ଦର୍ଶାଇଛନ୍ତି । ଓଡିଶା ଉପକୂଳକୁ ଆସିବା ପାଇଁ ବାଲାଂଦେଶରୁ ସୁନ୍ଦରବନରେ ଅନେକ ଟାପୁ ଅଛି । ଏହି ଟାପୁ ସହାୟତାରେ ସେମାନେ ଲୁଚି ଅତି ସହଜରେ ଅନୁପ୍ରବେଶ କରୁଛନ୍ତି । ଭାଷା ସମସ୍ୟା ନଥିବାରୁ ପଶ୍ଚିମବଙ୍ଗରୁ ବାଲେଶ୍ବର ଦେଇ ରାଜ୍ୟକୁ ପ୍ରବେଶ କରୁଛନ୍ତି ବୋଲି କହିଛନ୍ତି ଏହି ଅବସରପ୍ରାପ୍ତ ପୋଲିସ ଡିଜି । ଜଳେଶ୍ବରରୁ ରମ୍ଭା ପର୍ଯ୍ୟନ୍ତ ଏମାନଙ୍କର ଜବରଦଖଲ ରହିଛି ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କୋଷ୍ଟଗାର୍ଡ, ମେରାଇନ ପୋଲିସ , ଓଡିଶା ପୋଲିସ ମିଳିତ ଉଦ୍ୟମରେ ଏସବୁକୁ ରୋକିବା ନେଇ ପ୍ରୟାସ କରିବା ଉଚିତ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭୋଟବ୍ଯାଙ୍କ ପାଇଁ ରାଜ୍ଯରେ ଆତଙ୍କବାଦିଙ୍କୁ ମିଳୁଛି ପ୍ରୋତ୍ସାହନ।Body:

ରାଜ୍ଯରେ ଆତଙ୍କବାଦି ଅନୁପ୍ରବେଶ ନେଇ ପୁର୍ବତନ ଡିଜିପଙ୍କ ବିସ୍ଫୋରକ ବୟାନ । ରାଜ୍ଯରେ ଭୋଟବ୍ଯାଙ୍କ ପାଇଁ ଆତଙ୍କବାଦିଙ୍କୁ ମିଳୁଛି ପ୍ରୋତ୍ସାହନ ବୋଲି କହିଛନ୍ତି ବିପିନ୍ନ ବିହାରି ମିଶ୍ର।ବିରୋଧ କରିବା ବଦଳରେ ଆଶ୍ରୟ ଦେଉଛନ୍ତି ତଳ କର୍ମଚାରି ଓ ରାଜନେତା।ଅନୁପ୍ରେବେଶକାରିଙ୍କୁ ନିଜ ଭୋଟପଲିଟିକସରେ ବ୍ଯବହାର ପାଇଁ ଆଧାରକାର୍ଡ ଓ ଭୋଟରପରିଚୟପତ୍ର ଦେଇ ସ୍ଥାୟିତ୍ବ ଦେଉଛନ୍ତି ରାଜନୈତିକ ଲୋକ। ଏଥିସହ ଭୌଗଳିକ ସ୍ଥିତିରେ ସମସ୍ଯା ଯୋଗୁଁ ରାଜ୍ଯକୁ ପଶୁଛନ୍ତି ଆତଙ୍କବାଦି ଅନୁପ୍ରବେଶକାରି।କାରଣ ସୁନ୍ଦରବନରେ ଅନେକ ଟାପୁ ଯୋଗୁଁ ଅନୁପ୍ରବେଶକାରି ଲୁଚିବାକୁ ସୁବିଧା ହେଉଛି। ସ୍ଥାନୀୟ ଭାଷା ଜାଣି ପଶ୍ଚିମବଙ୍ଗ ଓ ବାଲେଶ୍ବର ଦେଇ ରାଜ୍ଯକୁ ପ୍ରବେଶ କରୁଛନ୍ତି। ଏପରିକି କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ବର,ଖୋର୍ଦା ଆଦି ଜିଲ୍ଲାରେ ଜବରଦଖଲ କରି ରହୁଛନ୍ତି ।ଜଳେଶ୍ବରରୁ ରମ୍ଭାପର୍ଯନ୍ତ ଏମାନଙ୍କର ଜବରଦଖଲ କରି ରହିଛନ୍ତି।ତେଣୁ କୋଷ୍ଟଗାର୍ଡ,ମେରାଇନ ପୋଲିସ ,ଓଡିଶା ପୋଲିସର ମିଳିତ ଉଦ୍ଯମରେ ଏସବୁକୁ ରୋକିବା ନେଇ ପ୍ରୟାସ କରିବା ଉଚିତ।

Conclusion:ବାଇଟ-ବିପିନ ବିହାରି ମିଶ୍ର ,ପୁର୍ବତନ ପୋଲିସ ଡିଜି
Last Updated : Oct 15, 2019, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.