ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି 4ର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ତେବେ ଶେଷ ସମରରେ ଚିନ୍ତା ବଢାଉଛି ଇଭିଏମ । ମହାକାଳପଡାର 157 ନଂ ବୁଥ ବରଡଙ୍ଗ ଅଞ୍ଚଳରେ ଇଭିଏମ ଅଚଳ । ଇଭିଏମର ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।
ସୂଚନା ଅନୁସାରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ 157 ନଂ ବୁଥରେ ଦିନ 11ଟାରୁ 2.45 ଯାଏଁ ଇଭିଏମ ଅଚଳ ଥିଲା । ଭୋଟରମାନେ ଦୀର୍ଘ ସମୟ ଧରି ଲାଇନରେ ଠିଆ ହୋଇଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏଠାରେ ପୁଣିଥରେ ସାନି ମତଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ