ETV Bharat / city

ଝାରପଡା ବିଡିଏରେ ଉଚ୍ଛେଦବେଳେ ଉତ୍ତେଜନା: ବିରୋଧ କଲେ ନବ ନିର୍ବାଚିତ କର୍ପୋରେଟର ଓ ବିଜେପି ନେତା

author img

By

Published : Mar 31, 2022, 7:53 PM IST

ଝାରପଡା ଅଞ୍ଚଳରେ ବିଡିଏର ଉଚ୍ଛେଦବେଳେ ଉତ୍ତେଜନା । ସରକାରୀ ସ୍ଥାନରେ ଥିବା ଦୋକାନକୁ ଭାଙ୍ଗିବାରୁ ଦେଖାଯାଇଥିଲା ଉତ୍ତେଜନା। ସ୍ଥାନୀୟ ଲୋକଙ୍କ ସହ ଏହି ଉଚ୍ଛେଦକୁ ବିରୋଧ କଲେ ନବ ନିର୍ବାଚିତ କର୍ପୋରେଟର ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଅଧିକ ପଢନ୍ତୁ

ଝାରପଡା ବିଡିଏରେ ଉଚ୍ଛେଦ ବେଳେ ଉତ୍ତେଜନା: ବିରୋଧ କଲେ ନବ ନିର୍ବାଚିତ କର୍ପୋରେଟର ଓ ବିଜେପି ନେତା

ଭୁବନେଶ୍ବର : ଝାରପଡା ଅଞ୍ଚଳରେ ବିଡିଏର ଉଚ୍ଛେଦବେଳେ ଉତ୍ତେଜନା । ସରକାରୀ ସ୍ଥାନରେ ଥିବା ଦୋକାନକୁ ଭାଙ୍ଗିବାରୁ ଦେଖାଯାଇଥିଲା ଉତ୍ତେଜନା। ସ୍ଥାନୀୟ ଲୋକଙ୍କ ସହ ଏହି ଉଚ୍ଛେଦକୁ ବିରୋଧ କଲେ ନବ ନିର୍ବାଚିତ କର୍ପୋରେଟର ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ।

କାରଣ ସରକାରୀ ଜମି ଉପରେ ଦୋକାନ ହେବା ଯୋଗୁଁ ଦୋକାନ ଭଙ୍ଗା ଯାଇନି। ବରଂ ରାଜନୈତିକ ଆକ୍ରୋଶରୁ ଭଙ୍ଗାଯାଇଛି ଦୋକାନ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ଝାରପଡା ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ପ୍ରତିରୋଧ କରିବାକୁ ଯାଇ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ ।

କାରଣ ନିର୍ବାଚନ ସମୟରେ ଓ ତା ପୂର୍ବରୁ ଏହି ଗୁଳି ଫୁଟାଇ ଆତଙ୍କରାଜ ଖେଳାଇଥିଲେ ଅସାମାଜିକ ଗୋଷ୍ଠୀ। ଉକ୍ତ ଘଟଣାରେ ଅନେକଙ୍କ ସମ୍ପୃକ୍ତି ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି । ତେବେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମିଶ୍ର ଏବେବି ଫେରାର ଥିବା ପୋଲିସ କହିଛି । ଏପରିକି ଝାରପଡା ଗଣେଶ ମଣ୍ଡପ ନିକଟରେ ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ସେହି ସ୍ଥାନରେ ଏକ ଫାଷ୍ଟ ଫୁଡ଼ ଖୋଲିଥିଲା ସଞ୍ଜୀବ ।

ଖାଲି ସେତିକି ନୁହେଁ, ଫାଷ୍ଟଫୁଡ଼ ସେଣ୍ଟର ଭିତରେ କିଛି ମାରଣାସ୍ତ୍ର ଓ ବିସ୍ଫୋରକ ଗଚ୍ଛିତ ଥିବା ସୂଚନା ପାଇ ଆଜି ଲକ୍ଷ୍ମୀସାଗର ଥାନା ପୋଲିସ ଓ ବିଡିଏର ମିଳିତ ସହଯୋଗରେ ସେହି ଦୋକାନକୁ ସମ୍ପୂର୍ଣ୍ଣ ଉଛେଦ କରାଯାଇଛି । ତେଣୁ ଅସାମାଜିକ ବ୍ଯକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ବ୍ୟାପକ ପୋଲିସ ମୁତୟନ କରି ଉଚ୍ଛେଦ କାର୍ଯ୍ୟକୁ ସମ୍ପାଦନ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.