ଭୁବନେଶ୍ୱର: ଝାରପଡା ଡେଲି ମାର୍କେଟ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି(ଶୁକ୍ରବାର) ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଦୁଇ ଦୁଇ ଥର ଏହି ସ୍ଥାନକୁ ଖାଲି କରାଯିବା ପାଇଁ ବିଡିଏ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା ।
ତେବେ ଆଜି ବଡି ଭୋରରୁ ଏହି ସ୍ଥାନରେ ଉପରେ ପୋଲିସ ଛାଉଣୀ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟାନ ବିଜେପି ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ରାଜନୈତିକ ଅକ୍ରୋଶରୁ ଏହି ଉଚ୍ଛେଦ କରାଯାଉଥିବା କୁହାଯାଉଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ