ଭୁବନେଶ୍ବର: ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣ ଉପରେ ବିଏମସିର ଗୁରୁତ୍ବ । ସ୍ମାର୍ଟ ଜନପଥ ଉପରେ ଅସ୍ଥାୟୀ ଦୋକାନ ଗୁଡିକ ଉଚ୍ଛେଦ କରିଛି ସେଣ୍ଟ୍ରାଲ ଏବିକ୍ସନ ଟିମ । ରାମ ମନ୍ଦିର ଛକ ଉପରେ ଥିବା ୭୩ଟି ଅସ୍ଥାୟୀ ଦୋକାନ ଗୁଡିକ ଉଚ୍ଛେଦ କରିଛି ଏହି ଟିମ । ତେବେ ଉଚ୍ଛେଦ ହୋଇଥିବା ସମସ୍ତ 73 ଦୋକାନୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କୁ ଅନ୍ୟତ୍ର ଦୋକାନର ଚାବି ହସ୍ତାନ୍ତର କରିଛି ବିଏମସି ।
ସ୍ମାର୍ଟ ଜନପଥରେ ସ୍ମାର୍ଟ ଭେଣ୍ଡିଙ୍ଗ ଜୋନ ନିର୍ମାଣ କରାଯାଉଛି । ଭୁବନେଶ୍ବର ବାଣୀ ବିହାର ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସ୍ମାର୍ଟସିଟିର ଉନ୍ନୟନ କାର୍ଯ୍ୟ ଜାରି ରହିଛି । ସ୍ମାର୍ଟ ଭେଣ୍ଡିଙ୍ଗ ଜୋନ ଅଧାଅଧି କାର୍ଯ୍ୟ ସରିଛି । ହିତାଧିକାରୀଙ୍କୁ ଦୋକାନ ଗୃହ ମଧ୍ୟ ହସ୍ତାନ୍ତର ସରିଛି । ଅବଶିଷ୍ଟ କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ