ଭୁବନେଶ୍ବର: ମେ20ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । 19 ତାରିଖ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ଇନଭିଜିଲେଟର । ସେଠାରେ ହିଁ ରହିବେ । ଖାତା ଦେଖିବା ପାଇଁ ଦିଆଯିବ ଅଧିକ ପାରିଶ୍ରମିକ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ସେହିପରି କଣ୍ଟେନମେଣ୍ଟ ଜୋନରେ ସେଣ୍ଟର ଥିଲେ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ସାମାଜିକ ଦୂରତା ପାଳନ କରି ଖାତା ମୂଲ୍ୟାଙ୍କନ କରାଯିବ । ମୋଟ 60ଟି ସେଣ୍ଟର ରହିଛି । ଜୁଲାଇ ଶେଷ ଆଡକୁ ରେଜଲ୍ଟ ବାହାରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ