ETV Bharat / city

Odisha Assembly; ନୂଆ ଥାନା ଫାଣ୍ଡି ପ୍ରତିଷ୍ଠା ନେଇ ଗୃହରେ ସରଗରମ ଆଲୋଚନା

ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିବସ । ବିନା ହଟ୍ଟଗୋଳରେ ଆଜି ସମ୍ପୂର୍ଣ୍ଣ ପ୍ରଶ୍ନକାଳ ଚାଲିଲା । ପ୍ରଶ୍ନକାଳରେ ଆଜି ପ୍ରଥମେ ଗୃହ ବିଭାଗ ସମ୍ପର୍କିତ ତଥା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ବିଧାୟକ ମାନଙ୍କ ଉତ୍ତର ଦେଇଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଅଧିକ ପଢନ୍ତୁ...

Odishaassembly
Odishaassembly
author img

By

Published : Sep 6, 2021, 1:10 PM IST

ଭୁବନେଶ୍ବର:ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିବସ । ବିନା ହଟ୍ଟଗୋଳରେ ଆଜି ସମ୍ପୂର୍ଣ୍ଣ ପ୍ରଶ୍ନକାଳ ଚାଲିଲା । ପ୍ରଶ୍ନକାଳରେ ଆଜି ପ୍ରଥମେ ଗୃହ ବିଭାଗ ସମ୍ପର୍କିତ ତଥା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ବିଧାୟକ ମାନଙ୍କ ଉତ୍ତର ଦେଇଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

Odishaassembly; ନୂଆ ଥାନା ଫାଣ୍ଡି ପ୍ରତିଷ୍ଠା ନେଇ ଗୃହରେ ସରଗରମ ଆଲୋଚନା

ରାଜ୍ୟରେ ଆଇନ ଶୃଙ୍ଖଳା, ନୂଆ ଥାନା ଓ ଫାଣ୍ଡି ପ୍ରତିଷ୍ଠା, ସୁଦୃଢ ଭିତ୍ତିଭୂମି, ଅଧିକ ପୋଲିସ ବଳ ନିଯୁକ୍ତି ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା । ତେବେ ରାଜ୍ୟରେ ୬୮ ଟି ନୂଆ ଥାାନା, ୧୦୩ ରୁ ଅଧିକ ଫାଣ୍ଡି ଓ ଆଧୁନିକୀକରଣକୁ ନେଇ ବିଧାୟକ ମାନେ ଦେଇଥିବା ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିଲେ । ଏପରିକି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ କଡା ସମାଲୋଚନା କରି ତେର୍ଚ୍ଛା ବାଣ ମାରିଥିଲେ ।

ଆଲୋଚନାରେ ଭାଗ ନେଇ ବିଧାୟକ ନରସିଂହ ମିଶ୍ର ମନ୍ତ୍ରୀଙ୍କୁ ଉତ୍ତରକୁ ନେଇ କଡା ଭର୍ତ୍ସନା କରିଥିଲେ । ବିଧାୟକ ମାନେ ଦେଇଥିବା ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା କୌଣସି ଅଗ୍ରଗତି ହୋଇନାହିଁ । ମନ୍ତ୍ରୀ କେବଳ ଅନୁଧ୍ୟାନ କରୁଛୁ, ପଦକ୍ଷେପ ନେବୁ କହି ଗୃହକୁ ବିଭ୍ରାନ୍ତ ନକରନ୍ତୁ ବୋଲି ନରସିଂହ କହିଥିଲେ । ନୂଆ ଥାନା ଓ ଫାଣ୍ଡି ପ୍ରତିଷ୍ଠା ପାଇଁ ଜିଲ୍ଲାସ୍ତରରୁ ଆରକ୍ଷୀ ଅଧିକ୍ଷକ ମାନେ ପ୍ରସ୍ତାବ ଦେଇଛନ୍ତି, ବିଧାୟକ ମାନେ ମଧ୍ୟ ସୁପାରିଶ କରିଛନ୍ତି, ତା ସତ୍ବେ ମନ୍ତ୍ରୀଙ୍କୁ ନିଷ୍ପତ୍ତି ନେବାରେ କାହିଁକି ବଳମ୍ବ ବୋଲି ନରସିଂହ ପ୍ରଶ୍ନ ଉଠାଇଥିଲେ । ଯଦି ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ତେବେ ବିଧାନସଭା ବନ୍ଦ କରନ୍ତୁ, ଯେବେ ନିଷ୍ପତ୍ତି ନେବେ ବିଧାନସଭା ଡାକିବେ ବୋଲି କହିଥିଲେ ।

ଅନ୍ୟପଟେ ବିଧାୟିକା କୁସୁମ ଟେଟେ, ମହମ୍ମଦ ମୋକିମ, ସୁରେଶ ରାଉତରାୟ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଆଇନ ଶୃଙ୍ଖଳା ନୂଆ ଥାନା ଫାଣ୍ଡି ପ୍ରତିଷ୍ଠା ନେଇ ଗୃହରେ ପ୍ରଶ୍ନ କରିଥିଲେ ।

ଗୃହରେ ଶାସକ-ବିରୋଧୀ ଦଳର ପ୍ରାୟ ୪୦ରୁ ଅଧିକ ବିଧାୟକଙ୍କ ଉଦବେଗ ଦେଖି, ବାଚସ୍ପତି ପୁଣି ଥରେ ରୁଲିଂ ଦେଇଥିଲେ । ଅଧିବେଶନ ପରେ ପୋଲିସ ମହାନିର୍ଦ୍ଦେଶକ, ଆଇଜି ଗୃହ ବିଭାଗ ସଚିବ ପ୍ରମୁଖଙ୍କୁ ଡାକି ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.